ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି
ଭୁବନେଶ୍ୱର: ସରିଛି ସାଧାରଣ ନିର୍ବାଚନ। ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଗୁରୁବାର ହଟାଯାଇଛି। ମାର୍ଚ୍ଚ ୧୬ ତାରିଖରୁ ଲାଗୁ ହୋଇଥିଲା ଆଚରଣ ବିଧି। ନିର୍ବାଚନ ପ୍ରକ୍ରିୟା ସରିଥିବାରୁ ଏମସିସି ହଟାଇ ଦିଆଯାଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରୁ ବି ଆଦର୍ଶ ଆଚରଣ ବିଧି ହଟାଇ ଦିଆଯାଇଛି। କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନାର କିଛି ଅଞ୍ଚଳରେ ଏହା ବଳବତ୍ତର ରହିଛି। ବିଧାନ ପରିଷଦ ଉପନିର୍ବାଚନ ପାଇଁ ହଟିନି ଆଚରଣ ବିଧି। ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି।