ସମ୍ ହସ୍ପିଟାଲ୍ ରେ ବିଶ୍ୱ ପରିବେଶ ଦିବସ ପାଳିତ
ଭୁବନେଶ୍ୱର, ଜୁନ୍ ୭: ଶିକ୍ଷା ଓ ଅନୁସନ୍ଧାନ( ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ପେଡିଆଟ୍ରିକ୍ସ, ୟୁନିସେଫ୍ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଗତ ଜୁନ୍ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ‘ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପରିବେଶର ପ୍ରଭାବ’ ଶୀର୍ଷକ ଏକ ସିଏମଇ ହାଇବ୍ରିଡ୍ ମୋଡ୍ରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଆଇଏପି ଭୁବନେଶ୍ୱର ଶାଖାର ସଭାପତି ଡାକ୍ତର ଆଶୁତୋଷ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡ.) ସଂଘମିତ୍ରା ମିଶ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପ୍ରଫେସର (ଡ.) ମୃତ୍ୟୁଞ୍ଜୟ ଦାସ ଓ ପ୍ରଫେସର (ଡ.) ମମତାଦେବୀ ମହାନ୍ତି, ନ୍ୟାସ୍ନାଲ୍ ଏନ୍ଭାଇରନ୍ମେଂଟାଲ୍ ଚ୍ୟାପ୍ଟର ବେଙ୍ଗାଲୁରୁ ର ସମ୍ପାଦକ ଡାକ୍ତର ସୋମଶେଖର, ଅହମ୍ମଦାବାଦର ଡାକ୍ତର ମିନୋଲ ଅମିନ୍ ଏବଂ ୟୁନିସେଫ୍ର ଡାକ୍ତର ବ୍ରଜେଶ ମେରଟା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର କାର୍ଯ୍ୟକର୍ତାମାନେ ମଧ୍ୟ ସମ୍ ହସ୍ପିଟାଲ୍ରେ ବିଶ୍ୱ ପରିବେଶ ଦିବସ ପାଳନ କରିଥିଲେ । ବୋର୍ଡର ଡେପୁଟି ଏନ୍ଭାଇରନ୍ମେଂଟ ସାଇନ୍ଟିଷ୍ଟ ଶ୍ରୀମତି ରଶ୍ମିରେଖା ପ୍ରଧାନ ଏବଂ ଜୁନିୟର ଲାବୋରେଟୋରୀ ଆସିଷ୍ଟାଂଟ ଶ୍ରୀ ବିଷ୍ଣୁନାରାୟଣ ସେନାପତି ଏହି ଅବସରରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମେଡିକାଲ୍ ସୁପରିଟେଣ୍ଡେଂଟ ଇନ୍ଚାର୍ଜ ପ୍ରଫେସର ରଚିତା ଷଡ଼ଙ୍ଗୀ, ସୋଆର ଜଏଂଟ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ର, ସମ୍ ହସ୍ପିଟାଲ୍ର ଡିଜିଏମ୍ (ଅପରେସନ୍ ) ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ ଓ ନର୍ସି ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ହସ୍ପିଟାଲ୍ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଗ୍ରୀନ୍ ଆର୍ମି ମିଶନ୍କୁ ଭୁବନେଶ୍ୱର ଏବଂ ଓଡ଼ିଶାରେ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଡାକ୍ତର, ପୋଷ୍ଟ ଗ୍ରାଜୁଏଟ୍ ଏବଂ ଏମ୍ବିବିଏସ୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆଇଏପିର ଜାତୀୟ ସଭାପତି ଡକ୍ଟର ଜି.ଭି. ବାସବରାଜ ଓ ସାଧାରଣ ସମ୍ପାଦକ ଡାକ୍ତର ଯୋଗେଶ ପାରିକ୍ ଭର୍ଚୁଆଲୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ । ସମ୍ ହସ୍ପିଟାଲ୍ର କମ୍ୟୁନିଟି ମେଡିସିନ୍ ଏବଂ ମାଇକ୍ରୋବାୟୋଲୋଜି ବିଭାଗର ଫ୍ୟାକଲ୍ଟିମାନେ ମଧ୍ୟ କାର୍ଯ୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।