ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଦେଖାଅ

ଭୁବନେଶ୍ବର: ଲୋକଙ୍କୁ ଭଲ ବ୍ୟବହାର ଦେଖାଅ । ଲୋକଙ୍କୁ ଅଯଥା ହଇରାଣ କରନାହିଁ । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଅ  ଆଜି ପୁଲିସ ଅଧିକାରୀଙ୍କ ସହ ବୈଠକ କରି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଲିସମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିବା ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ମୋହନ ଚରଣ ମାଝୀ ପ୍ରଶାସନିକ ଅଧିକାରୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି। ରାଜ୍ୟ ଅତିଥିଭବନରେ ଖୋଲିଥିବା ଅସ୍ଥାୟୀ ସିଏମଓରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ଗତକାଲି ମୁଖ୍ୟଶାସନ ସଚିବଙ୍କ ଠାରୁ ଓଡ଼ିଶାର ସାମଗ୍ରୀକ କାମର ବିସ୍ତୃତ ତଥ୍ୟ ନେଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାର ସମୀକ୍ଷା କରିଛନ୍ତି ଓଡ଼ିଆ ସ୍ପଷ୍ଟ ନୁ୍ୟଜ। ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ,ଗୁଇନ୍ଦା ଆଇଜି ଓ ଗୃହବିଭାଗର ସ୍ୱତନ୍ତ୍ର ସଚିବ ମଧ୍ୟ ଉପସ୍ଥିତ ଥିଲେ । ଏହାଛଡ଼ା ଆଇନଶୃଙ୍ଖଳା ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Spread the love