ଛୋଟ ରୁଦ୍ରାକ୍ଷ ହେଲେ ବଡ ଲାଭ, ହୃଦ ରୋଗୀମାନେ ନିଶ୍ଚିନ୍ତ କରନ୍ତୁ ଧାରଣ!

ଭଗବାନ ଶିବଙ୍କ ପୂଜା ଏବଂ ସେଥିରେ ଯଦି ରୁଦ୍ରାକ୍ଷ ନଥାଏ ତେବେ ଏହି ପୂଜା ସମ୍ଭବ ହୋଇନଥାଏ। ଏହିକାରଣରୁ ଭଗବାନ ଶଙ୍କରଙ୍କ ଉପାସକ ରାଶି ଏବଂ ଗ୍ରହ ଅନୁରୂପ ରୁଦ୍ରାକ୍ଷ ଧାରଣ କରିଥାନ୍ତି। ସୁଖ, ସମୃଦ୍ଧି ଏବଂ ସମ୍ପନ୍ନତା ପ୍ରଦାନ କରିବା ସହ ଧାରକଙ୍କୁ ନିରୋଗୀ କରିବାରେ ସହାୟକ ହେଉଥିବା ଛୋଟ ରୁଦ୍ରାକ୍ଷର ବ୍ଯବହାର ଖୁବ୍ ସାହାଯ୍ଯ କରିଥାଏ। ଲୋକମାନେ ଏହାକୁ ଫ୍ଯାସନ ପାଇଁ ମଧ୍ଯ ପିନ୍ଧିଥାନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ଯଜନକ କଥା ହେଉଛି ଭାରତରେ କେବଳ ୩ ପ୍ରତିାତ ରୁଦ୍ରାକ୍ଷ ଉତ୍ପାଦନ ହୋଇଥାଏ। ଅଧିକାଂଶ ରୁଦ୍ରାକ୍ଷ ଇଣ୍ଡୋନେସିଆ ଏବଂ ନେପାଳରୁ ଅଣାଯାଇଥାଏ।

ଭଗବାନ ଶିବଙ୍କୁ ଜପ କରିବା ସମୟରେ, ଯଜ୍ଞ ଏବଂ ପୂଜାରେ ରୁଦ୍ରାକ୍ଷର ବ୍ଯବହାର ଅନିବାର୍ଯ୍ଯ। ଠିକ୍ ସେହିଭଳି ଧ୍ଯାନ, ଯୋଗ ଭଳି ବୈକଳ୍ପିକ ଚିକିତ୍ସାରେ ମଧ୍ଯ ରୁଦ୍ରାକ୍ଷ ବ୍ଯବହାର କରାଯାଇଥାଏ। ଏହାର ଗୁଣ କାରଣରୁ ବହୁ ପ୍ରାଚୀନ କାଳରୁ ଏହାକୁ ମୁନି-ଋଷିମାନେ ଧାରଣ କରିଥାନ୍ତି। ରୁଦ୍ରାକ୍ଷ ପରିଧାନ କରିଥିବା ବ୍ଯକ୍ତିମାନଙ୍କ ଆଖ-ପାଖରେ ସକରାତ୍ମକ ଶକ୍ତି ଘେରି ହୋଇ ରହିଥାଏ। ରୁଦ୍ରାକ୍ଷ ଧାରଣ କରିଥିବା ବ୍ଯକ୍ତିମାନେ ଉତ୍ତମ ସ୍ବାସ୍ଥ୍ଯ, ପ୍ରସନ୍ନତା, ଆଧ୍ଯାତ୍ମିକ ଉନ୍ନତି, ସମୃଦ୍ଧି, ପରିବାରରେ ସାମଞ୍ଜସ୍ଯ ଏବଂ ମାନସିକ ଶାନ୍ତି ମିଳିଥାଏ। ଏହାବ୍ଯତୀତ ରୁଦ୍ରାକ୍ଷରେ କାର୍ବନ, ହାଇଡ୍ରୋଜେନ୍, ନାଇଟ୍ରୋଜେନ୍, ଅକ୍ସିଜେନ୍, କ୍ଯାଲସିୟମ, କ୍ଯାଲୋରୀ, କପର, ମ୍ଯାଗ୍ନେସିୟମ, ମାଙ୍ଗାନିଜ୍, ଫସଫରସ୍, ପୋଟାସିୟମ, ସୋଡିୟମ, ସିଲିକନ ଅକ୍ସସାଇଡ ଏବଂ ଜିଙ୍କ୍ ମଧ୍ଯ ରହିଥାଏ। ଏଥିସହ ରୁଦ୍ରାକ୍ଷରେ ଚୁମ୍ବକୀୟ ଏବଂ ବିଦୁତୀୟ ଗୁଣ ମଧ୍ଯ ରହିଛି। ସତୀ ଦେହ ତ୍ଯାଗ କରିବା ପରେ ଭଗବାନ ଶଙ୍କର ଯେତେବେଳେ ମାତାଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ନିଜ କାନ୍ଧରେ ରକି ଯାଉଥିଲେ ସେହି ସମୟରେ ଭଗବାନ ଶଙ୍କରଙ୍କ ଆଖିରୁ ଯେଉଁ ଭଲପାଇବାର ଲୁହ ପୃଥିବୀରେ ପଡିଥିଲା ସେଥିରୁ ହିଁ ରୁଦ୍ରାକ୍ଷ ବୃକ୍ଷ ସୃଷ୍ଟି। ସେହି ସମୟରୁ ହିଁ ରୁଦ୍ରାକ୍ଷକୁ ଭଗବାନ ଶିବଙ୍କ ପ୍ରେମ-ସ୍ବରୂପ କୁହାଯାଇଥାଏ। ଏହାବ୍ଯତୀତ ହୃଦୟ ରୋଗ ଥିବା ବ୍ଯକ୍ତିମାନେ ରୁଦ୍ରାକ୍ଷ ଧାରଣ କଲେ ଲାଭ ମିଳିଥାଏ।

Spread the love