ମହିଳା ମାନେ କାହିଁକି ପିନ୍ଧନ୍ତି ହାତରେ ଚୁଡ଼ି, ଜାଣନ୍ତୁ ଏହା ପଛର କାରଣ

(ସତ୍ୟଦ୍ରଷ୍ଟା ବ୍ୟୁରୋ) :  ଚୁଡ଼ି ମହିଳା ମାନଙ୍କ ଶୃଙ୍ଗାରର ଏକ ପ୍ରମୁଖ ଅଂଶ ହୋଇଥାଏ ।  ଚୁଡ଼ି ସେମାନଙ୍କ ହାତର ଶୋଭା ବଢାଇବା ସହ ସେମାନଙ୍କ ସଧବା ହେବାର ପ୍ରମାଣ ଦେଇଥାଏ ।  କାହିଁ କେଉଁ ବୈଦିକ କାଳରୁ ମହିଳା ମାନେ ନିଜ ହାତରେ ଚୁଡ଼ି ପିନ୍ଧି ଆସୁଛନ୍ତି ।  ଏମିତିକି ହିନ୍ଦୁ ଦେବୀ ମାନଙ୍କର ଫଟୋ ଓ ମୂର୍ତ୍ତି ଗୁଡିକରେ ମଧ୍ୟ ଦେବୀ ମାନେ ହାତରେ ଚୁଡ଼ି ପିନ୍ଧୁଥିବାର ନଜର ଆସିଥାଏ ।  କିନ୍ତୁ ଆପଣ ଜାଣନ୍ତିକି ଏହା ପଛରେ ଅନେକ ଧାର୍ମିକ କାରଣ ଥିବା ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଦେବୀ ପୂଜାରେ ଦୁର୍ଗା ମା’ଙ୍କୁ ୧୬ ଶୃଙ୍ଗାରରେ ସଜ୍ଜିତ କରାଯାଇଥାଏ ।  ଏଥିରେ ଚୁଡ଼ି ଏକ ମୁଖ୍ୟ ଭୂମିକା ନିଭେଇ ଥାଏ ।  ପ୍ରଚଳିତ ପ୍ରଥା ଅନୁଯାୟୀ ଦେବୀ ମା’ଙ୍କୁ ଚୁଡ଼ି ଓ ସିନ୍ଦୁର ଦାନ କଲେ ଅଶେଷ ପୁର୍ଣ୍ୟ ଫଳ ମିଳିଥାଏ ।  ବୁଧ ଗ୍ରହଙ୍କ ଆଶୀର୍ବାଦ ପାଇବା ପାଇଁ ମଧ୍ୟ ମହିଳା ମାନଙ୍କୁ ସବୁଜ ରଙ୍ଗର ଚୁଡ଼ି ଦାନ କରାଯିବାର ପ୍ରଥା ମଧ୍ୟ ଆମ ସମାଜରେ ଅଛି ।

ବୈଜ୍ଞାନିକ କାରଣ;

ବୈଜ୍ଞାନିକଙ୍କ ଅନୁଯାୟୀ ଯିଏ ଯେଉଁ ଧାତୁର ଚୁଡ଼ି ପିନ୍ଧନ୍ତି ସେହି ଧାତୁର ପ୍ରଭାବ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ ।  ଅର୍ଥ ଚୁଡ଼ି ପିନ୍ଧିବା ପଛରେ ଧାର୍ମିକ ମହତ୍ୱ ଥିବା ସହ ବୈଜ୍ଞାନିକ କାରଣ ମଧ୍ୟ ଲୁଚି ରହିଥାଏ ।

  -ଚୁଡ଼ି ହାତରେ ଘର୍ଷଣ ହେବା ଦ୍ୱାରା ଶରୀରର ରକ୍ତ ସଂଚାଳନ ଭଲ ହୋଇଥାଏ ।  ଫଳରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସୁସ୍ଥ ରହୁଥିବାର ବିଶ୍ୱାସ କରାଯାଏ ।

-ହାତରେ ଚୁଡ଼ି ପିନ୍ଧିବା ଦ୍ୱାରା ଫୁସଫୁସ ବା ହୃଦରୋଗ ହେବାର ଆଶଙ୍କା ବହୁ ମାତ୍ରାରେ କମିଯାଇଥାଏ ।

-ଚୁଡ଼ି ପିନ୍ଧିବା ଦ୍ୱାରା ମାନସିକ ସନ୍ତୁଳନ ଭଲ ରହିବା ସହ ଏକାଗ୍ରତା ମଧ୍ୟ ବଢିଥାଏ ।  ଫଳରେ ମହିଳା ଜଣକ ନିଷ୍ଠାର ସହ ନିଜ କାମ ଶେଷ କରିପାରେ ।

-ବିଜ୍ଞାନ ଅନୁଯାୟୀ ଚୁଡ଼ି ଘର୍ଷଣ ଦ୍ୱାରା ଶରୀରରେ ଏକ ପ୍ରକାର ଉର୍ଜା ବୃଦ୍ଧି ହୋଇଥାଏ ।  ଶରୀରରରୁ ଥକା ପଣ ମେଣ୍ଟିବା ସହ ଫୁର୍ତ୍ତି ଆଣିଥାଏ ।

– ଜ୍ୟୋତିଷ ମାନଙ୍କ ଅନୁଯାୟୀ କାଚ ଚୁଡ଼ିରୁ ବାହାରୁ ଥିବା ଧ୍ୱନି ଚାରିପାଖର ନକାରାତ୍ମକ ଶକ୍ତିକୁ ନଷ୍ଟ କରି ଦେଇଥାଏ ।

-ପାପୁଲିର ତଳେ ୬ ଇଞ୍ଚର ଆକ୍ୟୁପଞ୍ଚର ପଏଣ୍ଟ ରହିଥାଏ ।  ଚୁଡ଼ି ପିନ୍ଧିବା ଦ୍ୱାରା ଏହା ଉପରେ ପ୍ରଭାବ ପଡି ଶରୀର ସୁସ୍ଥ ରହିବା ସହ ଶରୀରର ଏକ ପ୍ରକାର ଚମକ ଆସିଥାଏ ।

Spread the love