ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି : ମୁଖ୍ୟମନ୍ତ୍ରୀ

ବରଗଡ଼ରେ ଆୟୋଜିତ ସଭାକୁ ସମ୍ଭୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହେବାକୁ ଯାଉଛି । ୩୧୦୦ଟଙ୍କା ଏମଏସପି ହେଉ ଅବା ପିଏମ କିଷାନ। ବିଜେପି ସରକାର କ୍ଷମତାକୁ ଆସିବା ପରେ ୧୦୦ ଦିନର କାର୍ଯ୍ୟପନ୍ଥା ସ୍ଥିର କରିଛି । ସେହି ଅନୁସାରେ କାମ ହେଉଛି । ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଲୋକଙ୍କ ପାଖରେ ପହଂଚିବା ପାଇଁ । ଚାଷୀଙ୍କ ଆର୍ଥିକ ଦୃଷ୍ଟି କୋଣରୁ କିପରି ବିକାଶ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି । ବରଗଡ଼ରେ ଆୟୋଜିତ ସଭାରେ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ ସେମାନଙ୍କ ଅଭିଭାଷଣ ରଖିଥିଲେ । ଅଭିଭାଷଣରେ ଗୋଟିଏ କଥା କହିଥିଲେ ଓଡିଶାର ବିକାଶ । ଗତ ୨୫ବର୍ଷରେ ଯାହା ସମ୍ଭବ ହୋଇପାରିନି ତାକୁ କିପରି ସମ୍ଭବ କରାଯିବ ସେଦିଗରେ ରାଜ୍ୟ ସରକାର କାମ କରିବେ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ସଂକଳ୍ପପତ୍ରରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରୁଛନ୍ତି ।

Spread the love