ହଜ୍ ଯାତ୍ରାରେ ଯାଇଥିବା କେତେ ଜ’ଣ ଭାରତୀୟ ମୃତ୍ୟୁବରଣ କରିଛନ୍ତି ? ସୂଚନା ଦେଲା ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରୁ ହଜ୍ ଯାତ୍ରା ପାଇଁ ସାଉଦୀ ଆରବର ମକ୍କା ଯାଇଥିବା ଅନେକ ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ଧରି ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଉଛି । କିନ୍ତୁ ଏବେ ପ୍ରଥମ ଥର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମକ୍କା ଯାଇଥିବା ଭାରତୀୟ ହଜ୍ ଯାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସଠିକ ସୂଚନା ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଚଳିତ ବର୍ଷ ୧,୭୫,୦୦୦ ଭାରତୀୟ ହଜ୍ ଯାତ୍ରାରେ ଯାଇଥିଲେ। ଏମାନଙ୍କ ମଧ୍ୟରୁ ଆମେ ଏପର୍ଯ୍ୟନ୍ତ ୯୮ ଜଣ ମୃତ୍ୟୁବରଣ କରିଛନ୍ତି। ପ୍ରାକୃତିକ କାରଣରୁ ଏହି ମୃତ୍ୟୁ ଘଟିଛି। ସେସବୁ କାରଣ ମଧ୍ୟରେ ରହିଛି ଅସୁସ୍ଥତା, ପ୍ରାକୃତିକ କାରଣ, ପୁରୁଣା ରୋଗ ଏବଂ ବାର୍ଦ୍ଧକ୍ୟ ।

ଜୈସୱାଲ କହିଛନ୍ତି ଯେ ଅରାଫ ଦିବସରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ୪ଟି ପୃଥକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ୨୦୨୩ରେ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ଥିଲା। ଜୟସ୍ୱାଲଙ୍କ କହିବା ଅନୁଯାୟୀ, ୨୦୨୩ରେ ହଜ୍ ଯାତ୍ରା ସମୟରେ ୧୮୭ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ୨୦୨୪ରେ ୧,୭୫,୦୦୦ ଭାରତୀୟ ହଜ୍ ଯାତ୍ରାରେ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୮ ଜଣ ସାଧାରଣ ନାଗରିକ ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି।

Spread the love