ଆସନ୍ତା ୯ରେ ହେବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି

ପୁରୀ: କେବେ ରତ୍ନଭଣ୍ଡାର ଖୋଲାଯିବ ଆସନ୍ତା ୯ ତାରିଖରେ ନିଷ୍ପତ୍ତି ନିଆଯିବ। ଆଜିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। । ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି ବୋଲି ଜଷ୍ଟିସ ରଥ କହିଛନ୍ତି। ୯ ତାରିଖ ବୈଠକରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ। ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ମୁଖ୍ୟ ପ୍ରଶାସକ। ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେହିଦିନ ନିଷ୍ପତ୍ତି ନିଆଯିବ। ଡୁପ୍ଲିକେଟ୍ ଚାବି ଟ୍ରେଜେରିରେ ରହିଛି। ଦୁଇ ଦଶନ୍ଧି ହେଲାଣି, ତାଲା ଖୋଲାଯାଇନାହିଁ। ଏଣୁ ଯଦି ଉକ୍ତ ଚାବିରେ ରତ୍ନଭଣ୍ଡାର ଖୋଲିବ ନାହିଁ, ତେବେ ତାଲା ଭଙ୍ଗାଯିବ। ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ଏସ୍‌ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ ବୋଲି ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି।

Spread the love