ସୋଆରେ ବୈଜ୍ଞାନିକ ଗବେଷଣା ଓ ପ୍ରକାଶନକୁ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୧୩/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନସ୍ଥ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ରେ ଗବେଷଣା ଓ ପ୍ରକାଶନକୁ ନେଇ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି ଦିନିକିଆ ପ୍ରଶିକ୍ଷଣ ଶିବିରରେ ଓମାନ ସ୍ଥିତ ସୁଲତାନ୍ କବୁସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶିଷ୍ଟ ଶିକ୍ଷାବିତ୍ ଓ ଗବେଷକ ଡକ୍ଟର ଶ୍ରିଜିତ୍ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ସମ୍ବଳିତ ଗବେଷଣା ଓ ଆଧୁନିକ ପ୍ରକାଶନ କ୍ଷେତ୍ରରେ ବିଭିନ୍ନ ତଥ୍ୟକୁ ନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଗବେଷଣା ଓ ଆଧୁନିକ ପ୍ରକାଶନ କ୍ଷେତ୍ର ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ରାଜୀବ କୁମାର ବେହେରା ଓ ଡକ୍ଟର ଅଂଶୁମାନ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love