ମକା ଖାଇବା ପରେ କରନ୍ତୁ ନାହିଁ ଏପରି ଭୁଲ, ହୋଇପାରେ ପେଟ ସମ୍ବନ୍ଧୀୟ ସମସ୍ୟା

ବର୍ଷା ଆସିବା ମାତ୍ରେ ଲୋକମାନେ ମକ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ମକା ଖାଇବାକୁ ପସନ୍ଦ କରନ୍ତି, ତେବେ ମକା ଖାଇବା ପରେ ଆପଣ ଏପରି ଭୁଲ୍ କରିବା ଉଚିତ୍ ନୁହେଁ । ବାସ୍ତବରେ ମକା ଖାଇବା ପରେ ତୁରନ୍ତ ପାଣି ପିଇବାକୁ ବାରଣ କରାଯାଏ । ଏପରି କହିବାର କାରଣ ବିଷୟରେ କେବେ ଚିନ୍ତା କରିଛନ୍ତି କି ? ତେବେ ପ୍ରାୟତଃ ଲୋକ ଏହି ବିଷୟରେ ଜାଣିନଥାନ୍ତି । ସେଥିପାଇଁ ଆମେ ଆଜି ଆପଣଙ୍କ ଏହି ବିଷୟରେ ଜଣାଇବୁ, ଯେ ମକା ଖାଇବା ପାରେ କେଉଁ ସବୁ ଜିନିଷ କରିବା ଉଚିତ ନୁହେଁ ।

ସ୍ୱାସ୍ଥ୍ୟ ଉପରେ ପଡିଥାଏ ଖରାପ ପ୍ରଭାବ :
ଯଦି ଆପଣ ମକା ଖାଇବା ପରେ ତୁରନ୍ତ ପାଣି ପିଇବାର ଭୁଲକୁ କରୁଛନ୍ତି, ତେବେ ଆପଣଙ୍କ ଅନ୍ତନଳୀ ଉପରେ ଖରାପ ପ୍ରଭାବ ପଡିପାରେ । ମକା ଖାଇବା ପରେ ପାଣି ପିଇବା ଦ୍ୱାରା ଆପଣ ପେଟ ଯନ୍ତ୍ରଣା ଭଳି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏହା ବ୍ୟତୀତ ଏପରି ଅସାବଧାନତା ହେତୁ ଆପଣଙ୍କୁ କୋଷ୍ଠକାଠିନ୍ୟ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଗ୍ୟାସ୍ ଏବଂ ଏସିଡିଟି ହୋଇପାରେ :
ମକା ଖାଇବା ପରେ ପାଣି ପିଇବା ଦ୍ୱାରା ଗ୍ୟାସ୍ ଏବଂ ଏସିଡିଟି ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି, ତେବେ ତୁରନ୍ତ ପରିବର୍ତ୍ତନ କରିବା ଉଚିତ । ଏହା ବ୍ୟତୀତ ଆପଣଙ୍କୁ ପେଟ ଫୁଲିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମକା ଖାଇବା ପରେ ପାଣି ପିଇବାର ଅଭ୍ୟାସ ଆପଣଙ୍କ ହଜମ ପ୍ରକ୍ରିୟାକୁ ଖରାପ ପ୍ରଭାବିତ କରିଥାଏ ।

ଜାଣନ୍ତୁ ମକା ଖାଇବାର କେତେ ସମୟ ପରେ ଆପଣ ପାଣି ପିଇ ପାରିବେ ?
ତେବେ ମକା ଖାଇବା ପରେ ଅତି କମରେ ଏକ ଘଣ୍ଟା ପରେ ଆପଣ ପାଣି ପିଇବା ଉଚିତ୍ । ଯଦି ଆପଣ ମକା ଖାଇବାର ୫୦ ମିନିଟ୍‌ ପୂର୍ବରୁ ପାଣି ପିଅନ୍ତି, ତେବେ ଆପଣଙ୍କୁ ଏହି ସବୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଗ୍ୟାସ୍ ଏବଂ ଏସିଡିଟିକୁ ଏଡାଇବା ପାଇଁ ଆପଣଙ୍କୁ ମକା ଉପରେ ଲେମ୍ବୁ ରସ ଲଗାଇ ଖାଉବା ଉଚିତ । ଯାହାଫଳରେ ଆପଣ ଏହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।

Spread the love