ପୋଲିସ୍ ଚାକିରିରେ ମିଳିବ ୧୦% ସଂରକ୍ଷଣ, କେଉଁ ସରକାର କଲା ଏମିତି ଘୋଷଣା, ଜାଣନ୍ତୁ…

ଅଗ୍ନିବୀରଙ୍କୁ ନେଇ ବଡ ଘୋଷଣା । ଅଗ୍ନିବୀରଙ୍କୁ ମିଳିବ ପୋଲିସ୍ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ । ଖାଲି ସେତିକି ନୁହେଁ, ମାଇନିଂ ଗାର୍ଡ ପଦବୀରେ ମଧ୍ୟ ସେମାନଙ୍କୁ ସଂରକ୍ଷଣ ସୁବିଧା ମିଳିବ । ଏଥିସହ ଗ୍ରୁପ-ସି ପରୀକ୍ଷାରେ ମଧ୍ୟ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଆୟୁସୀମା ଛାଡ କରାଯିବ । ଏନେଇ ଘୋଷଣା କରିଛନ୍ତି ହରିୟାଣା ସରକାର । ମିଳିଥିବା ସୂଚନା ମୁତାବକ, ହରିୟାଣା ସରକାର ଗ୍ରୁପ ସି ପଦରେ ଭର୍ତ୍ତି ପାଇଁ ଅଗ୍ନିବୀରମାନଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି । ଏଥିସହ ଅଗ୍ନିବୀର ଭାବେ କାମ କରିସାରିବା ପରେ, ଯେଉଁ ଅଗ୍ନିବୀର ନିଜେ ନିଜ କାମ ଆରମ୍ଭ କରିବାକୁ ଚାହୁଁଥିବେ, ସେମାନଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଦେବାକୁ ମଧ୍ୟ ସୈନୀ ସରକାର ଘୋଷଣା କରିଛି । ନିକଟରେ ଅଗ୍ନିବୀର ଯୋଜନାକୁ ପ୍ରବଳ ରାଜନୀତି ତେଜିଥିଲା । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ସ୍କିମକୁ ନେଇ ସରକାର ଉପରେ ବର୍ଷିଥିଲେ । କେନ୍ଦ୍ର ସରକାର ଅଗ୍ନିବୀରମାନଙ୍କୁ ସହିଦର ମାନ୍ୟତା ଦେଉନାହାଁନ୍ତି ବୋଲି ସେ କହିଥିଲେ । ଯାହା ପରେ ଏନେଇ ସଫେଇ ରଖିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ସିଆଇଏସଏଫ୍, ବିଏସଏଫ୍, ସିଆରପିଏଫ୍, ଏସଏସବି ଭଳି ପ୍ରମୁଖ ପୋଷ୍ଟରେ ଅଗ୍ନିବୀରମାନଙ୍କୁ ସଂରକ୍ଷଣ ମିଳିବା ନେଇ ଘୋଷଣା ହେଇସାରିଛି । ଅଗ୍ନିବୀରମାନଙ୍କୁ ଏହି ଅଦ୍ଧସୈନିକ ବଳରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ଘୋଷଣା କରାଯାଇଛି । ଏହାପରେ ଏବେ ହରିୟାଣାର ସୈନୀ ସରକାର ଏହି ବଡ ଘୋଷଣା କରିଛନ୍ତି ।

Spread the love