ଅଲିମ୍ପିକ୍ସରେ ସ୍ୱାମୀ ଜିତିଛନ୍ତି ୯ ପଦକ ତ ସ୍ତ୍ରୀ ଜିତିଛନ୍ତି ୬ ଟି ପଦକ

ପ୍ୟାରିସରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଜୁଲାଇ ୨୬ ରୁ ଆରମ୍ଭ ହେବ ଏବଂ ଦୁନିଆର ବିଭିନ୍ନ ଦେଶର ଖେଳାଳିମାନେ ଏହି କୁମ୍ଭ କ୍ରୀଡାରେ ଅଂଶଗ୍ରହଣ କରିବେ ।ଚାଲନ୍ତୁ ଅଲମ୍ପିକ୍ସର ସଫଳ ଦମ୍ପତିଙ୍କ ବିଷୟରେ ଆଲୋଚନା କରିବା । ଜେସନ କେନି ଇଂଲଣ୍ଡର ଜଣେ ପୂର୍ବତନ ଟ୍ରାକ୍ ସାଇକେଲ ଚାଳକ । କେନି ଜଣେ ଇଣ୍ଡିଭିଜୁଆଲ ଏବଂ ଟିମ ସ୍ପ୍ରିଣ୍ଟ ବିଶେଷଜ୍ଞ । କେନି ଅଲମ୍ପିକ୍ସ କ୍ରୀଡାରେ ୯ଟି ପଦକ ଜିତିଛନ୍ତି ସେଥି ମଧ୍ୟରୁ ୭ଟି କେବଳ ସ୍ୱର୍ଣ୍ଣ ପଦକ । ଜେସନ କେନିଙ୍କ ଧର୍ମପତ୍ନୀ ଲୋରା ମଧ୍ୟ ଜଣେ ପୂର୍ବତନ ବ୍ରିଟିଶ୍ ସାଇକେଲିଷ୍ଟ । ଲୋରା ମଧ୍ୟ ତାଙ୍କ କ୍ରୀଡା କ୍ଷେତ୍ରରେ ୬ଟି ପଦକ ଜିତିଛନ୍ତି । ୬ଟି ପଦକ ମଧ୍ୟରେ ୫ଟି ସ୍ୱର୍ଣ୍ଣ ପଦକ ରହିଛି ।ଲୋରା ଏହା ମଧ୍ୟ କହିଥଲେ କି ଜେସନଙ୍କ ସହିତ ତାଙ୍କର ପ୍ରଥମ ଦେଖା ଭଲନଥିଲା ଏବଂ ଜେସନ କଫି ପିଇବାରେ ଅଧିକ ଧ୍ୟାନ ଦେଉଥିଲେ । ତଥାପି ଧିରେ ଧିରେ ୨ଜଣ ଉଭୟପ୍ରତି ନିକଟତର ହୋଇଥିଲେ ଏବଂ ୨୦୧୨ ଅଲମ୍ପିକ୍ସ ସମୟରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ କରିବାର ଦେଖିବାକୁ ମିଳିଥିଲା । ଏହି ଅଲମ୍ପିକ୍ସର ଭଲିବଲ ଖେଳରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ କରୁଥିବା ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।
୨୦୧୬ ରେ ହେଥିବା ରିଓ ଅଲମ୍ପିକ୍ସ ପରେ ଜିସନ ଓ ଲୋରା ବିବାହ କରିଥିଲେ । ଏହି କାରଣରୁ ଦୁଇଜଣଙ୍କୁ ଅଲମ୍ପିକ୍ସର ସଫଳ ଦମ୍ପତି ବୋଲି କୁହାଯାଏ ।

Spread the love