ବଜେଟ୍ : ଓଡିଶା ବଜେଟ୍ ଆକାର ଛୁଇଁପାରେ ୩ ଲକ୍ଷ କୋଟି !

ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ କରିବା ପରେ ଆସନ୍ତା ୨୫ ତାରିଖରେ ବଜେଟ୍ ଆଣିବାକୁ ଯାଉଛି ମୋହନ ସରକାର । ଆଉ ଏଥର ପୂର୍ବ ଅପେକ୍ଷା ବଡ ବଜେଟ୍ ଆଣୁଛନ୍ତି ମୋହନ ସରକାର । ମିଳିଥିବା ସୂଚନା ମୁତାବକ, ଏଥରର ଓଡିଶା ବଜେଟର ଆକାର ତିନି ଲକ୍ଷ କୋଟି ଛୁଇଁପାରେ । ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହେଇଛି । ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି । ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥର ଅଧିବେଶନରେ ମୋହନ ସରକାର ନିଜର ପ୍ରଥମ ବଜେଟ୍ ଆଣିବ । ୨୨ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହେବାକୁ ଥିବାବେଳେ, ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ଓ ୨୫ ତାରିଖରେ ବଜେଟ୍ ଆଗତ ହେବ । ତେବେ ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ରଖିଥିବାରୁ, ସେ ନିଜେ ବଜେଟ୍ ଆଗତ କରିବେ ।

Spread the love