ଆଜି ଓଡ଼ିଶା ଛୁଇଁବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ

ଭୁବନେଶ୍ଵର : ଆଜି ଓଡ଼ିଶା ଛୁଇଁବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ବର୍ତ୍ତମାନ ଅବପାତ ବେଙ୍ଗଲ ଉପକୂଳ ଓ ଉତ୍ତର-ଆନ୍ଧ୍ର ଉପକୂଳରେ ଅଛି। ଗତ ୬ ଘଣ୍ଟା ଧରି ୪ କିମି ବେଗରେ ଗତି କରୁଛି ଅବପାତ। ପୁରୀ ଠାରୁ ୪୦ କିଲୋମିଟର ଏବଂ ଗୋପାଳପୁରଠାରୁ ୬୦ କିଲୋମିଟର ଦୂରରେ ରହିଛି ଅବପାତ । ଏହା ଅଧିକ ଘନୀଭୂତ ହୋଇ ପୁରୀ ନିକଟ ଚିଲିକା ହ୍ରଦରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ ।

ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା-ଛତିଶଗଡ଼ ଅତିକ୍ରମ କରିବ । ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ସେହିପରି ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ନଦୀରେ ଆକସ୍ମିକ ବନ୍ୟା ଆସିବା ଆଶଂକା ରହିଛି। ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC।

Spread the love