୧ କୋଟି ଗଛ ଲାଗିବ ଓଡ଼ିଶାରେ ଇଗ୍ନାଇଟିଙ୍ଗ ମାଇଣ୍ଡସ୍ ଓ ପ୍ରେରଣା ଗ୍ରୀନ ଆର୍ମି

ଖୋର୍ଦ୍ଧା : ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି, ଶୀତଳତା ପ୍ରଦାନ ମାଧ୍ୟମରେ ପୃଥ‌ିବୀକୁ ସୁରକ୍ଷିତ ରଖୁବା ସ‌ହ ଜୀବଜଗତର ମଙ୍ଗଳ ପାଇଁ ହାଇଦ୍ରାବାଦସ୍ଥିତ ସାମାଜିକ ଅନୁଷ୍ଠାନ ଇଗ୍ନାଇଟିଙ୍ଗ ମାଇଣ୍ଡସ୍ ଓ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଚଳିତ ବର୍ଷାଋତୁରେ ଓଡ଼ିଶାରେ ଏକକୋଟି ଗଛ ଲାଗିବାର ଅଭିଯାନ ଆଜି କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ପୂର୍ବତନ ରାଜ୍ୟସଭା ସଦସ୍ୟ ସଞ୍ଜୀବ କୁମାର ମୁଖ୍ୟ ଅତିଥ୍ ରୂପେ ଯୋଗଦେଇ କହିଲେ ଗ୍ରୀନ୍ ଇଣ୍ଡିଆ ଅଭିଯାନ ଦୃଷ୍ଟିକୋଣରୁ ଓଡ଼ିଶାକୁ ପ୍ରଦୂଷଣମୁକ୍ତ, ଉତ୍ତାପ ବୃଦ୍ଧିକୁ କମାଇବା ସହ ଜଳବାୟୁ ପରିବର୍ତନ ଆଦି ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଇଗ୍ନାଇଟିଙ୍ଗ ମାଇଣ୍ଡସ୍ ଓ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଆଜି ଶ୍ରୀଜଗନ୍ନାଥ କଲେ ପରିସରରେ ଏକ ହଜାର ବୃକ୍ଷ ରୋପଣ କରାଗଲା । ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ବିଭିନ୍ନ ସ୍କୁଲ, କଲେଜ, ଦେବାଳୟ ଆଦି ସ୍ଥାନମାନଙ୍କରେ ବୃକ୍ଷରୋପଣ କରାଯାଇ ଏହି ଅଭିଯାନକୁ ସଫଳ କରାଯିବ ।

ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ, ଓଡ଼ିଶାରେ ଯେଉଁ ଅନୁପାତରେ ବୃକ୍ଷ ଛେଦନ କରାଯାଉଛି, ସେହି ଅନୁପାତରେ ବୃକ୍ଷ ରୋପଣ କରାଯାଉ ନାହିଁ । ଓଡ଼ିଶାରେ ଟ୍ରି ଆକ୍ଟ ମଧ୍ଯ ପ୍ରଣୟନ ହେଉନାହିଁ । ତେଣୁ ଅବାଧ ଗଛକଟା ୱିଲିଛି । ଅପରପକ୍ଷରେ ରାସ୍ତା ପ୍ରଶସ୍ତିକରଣ, କୋଠାବାଡ଼ି ନିର୍ମାଣ ଓ ଶିଳ୍ପାୟନ ଆଦି ପାଇଁ ଶହ ଶହ ସଂଖ୍ୟାରେ ଗଛ କଟାଋଲିଛି । କିନ୍ତୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଯିବାର ନିୟମ ପାଳନ କରାଯାଉ ନାହିଁ । ତେଣୁ ବୃକ୍ଷରୋପଣକୁ ତ୍ୱରାନ୍ବିତ କରିବା ପାଇଁ ଆମ ଦୁଇ ଅନୁଷ୍ଠାନ ଚଳିତବର୍ଷ ୧ କୋଟି ଗଛ ଓଡ଼ିଶାରେ ଲଗାଇବା ପାଇଁ ଆଜିଠାରୁ କାର୍ଯ୍ୟକ୍ରମ ହେଲା ।

ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରତାପ ଛୋଟରାୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ଇଗ୍ନାଇଟିଙ୍ଗ ମାଇଣ୍ଡସ୍‌ର ପ୍ରତିଷ୍ଠାତା ଡଃ କରୁଣାକର ରେଙ୍ଗି, ଇଗ୍ନାଇଟିଙ୍ଗ ମାଇଣ୍ଡସ୍ ଓଡ଼ିଶା ଋପ୍ଟରର କାର୍ଯ୍ୟାକାରୀ ଡଃ ପ୍ରଫୁଲ୍ଲ କୁମାର ଧଳ, ପୂର୍ବତନ ମୁଖ୍ୟ ବନ୍ୟ ସଂରକ୍ଷକ ଶ୍ରୀ ବିଜୟ କେତନ ପଟ୍ଟନାୟକ, ଅଧ୍ୟାପିକା ଅନୁପମା ଚମ୍ପଭିରାୟ, ସଂଯୁକ୍ତା ପଟ୍ଟନାୟକ, ସଚଳା ସାମନ୍ତ, ସୁଜ୍ଞାନୀ ଭଞ୍ଜସାମନ୍ତ, ଡଃ ଜନ୍ମେଞ୍ଜୟ ଚୌଧୁରୀ, ଭୁବନେଶ୍ଵର ମହାରଣା, ମାନସ ଜୟସିଂହ ପ୍ରମୁଖ ମକ୍ତବ୍ୟ ପ୍ରଦାନ କରି ବୃକ୍ଷରୋପଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଗ୍ରାମାନ ପରିକ୍ରମା କରିବା ସହିତ ଏକ ହଜାର ଚାରା ରୋପଣ କରିଥିଲେ।

Spread the love