ଗଜା ମେଥି ଖାଇବାର ଉପକାରିତା

ଶରୀର ପାଇଁ ବହୁ ଉପକାରୀ ମଞ୍ଜି ମଧ୍ୟରୁ ମେଥି ଅନ୍ୟତମ ହୋଇଥାଏ । ଅନେକ ଲୋକ ଓଜନ କମ୍‌ କରିବା ପାଇଁ ମେଥି ବ୍ୟବହାର କରନ୍ତି । ମେଥି ମଞ୍ଜି ଗଣ୍ଠି ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ଫୁଲିରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ଓଜନ କମ୍‌ କରିବାରେ ମଧ୍ୟ ମେଥି ମଞ୍ଜି ପାଣି ଲାଭଦାୟକ ହୋଇଥାଏ । ମେଥି ମଞ୍ଜି ପାଣି ପିଇବା ମଧ୍ୟ କେଶକୁ ମଜ୍‌ମୁତ କରିଥାଏ । ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ । ଅବଶ୍ୟ, କିଛି ଲୋକ ଗଜା ମେଥି ମଧ୍ୟ ଖାଆନ୍ତି । ଡାଏଟିସିଆନ୍‌ମାନେ ମଧ୍ୟ ଏହାକୁ ଖାଇବାକୁ କୁହନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଗଜା ମେଥି ଖାଇବାର ଉପକାରିତା ବିଷୟରେ ଜାଣିବା ।

ଗଜା ମେଥି ଖାଇବାର ଲାଭ :
ମେଥି ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ଆପଣ ଗଜା ମେଥି ଖାଆନ୍ତି, ତେବେ ଏହା ଅଧିକ ଲାଭଦାୟକ ହୋଇଥାଏ । ଅନ୍ୟ ମଞ୍ଜି ଅପେକ୍ଷା ଗଜା ମେଥିରେ ୩୦ ରୁ ୪୦ ପ୍ରତିଶତ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗଜା ମେଥି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଯେତେବେଳେ ଆପଣ ଗଜା ମେଥି ଖାଆନ୍ତି, ଏଥିରେ ଥିବା ଫାଇବରର ପରିମାଣ ଯଥେଷ୍ଟ ବୃଦ୍ଧି ପାଇଥାଏ । ଏହି ଉପାୟରେ ଗଜା ମେଥି ଖାଇବା ଦ୍ୱାରା ଗ୍ୟାସ୍, ଏସିଡିଟି ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏପରି ଭାବେ ଗଜା ମେଥି ସ୍ୱାସ୍ଥ୍ୟ ଭଲ ରଖିବାରେ ସାହାଯ୍ୟ କରେ ।

ତେବେ ଗଜା ମେଥିରେ ଭିଟାମିନ୍ B, ଭିଟାମିନ୍ C, ଭିଟାମିନ୍ E ଏବଂ ଭିଟାମିନ୍ A ଭରପୂର ମାତ୍ରାରେ ମିଳିଥାଏ । ଏହା ବ୍ୟତୀତ ଅଇରନ୍‌ ଏବଂ କ୍ୟାଲସିୟମ୍ ପରି ଖଣିଜ ପଦାର୍ଥ ମଧ୍ୟ ଗଜା ମେଥିରେ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ମେଥି ମଞ୍ଜି ଉପକାରୀ :
ଡାଇବେଟିସ୍‌ ରୋଗୀଙ୍କ ପାଇଁ ମେଥି ମଞ୍ଜି ମଧ୍ୟ ଲାଭଦାୟକ ହୋଇଥାଏ । ଅନେକ ଅଧ୍ୟୟନରୁ ଜଣାପଡିଛି ମେଥି ଖାଇବା ବ୍ଲଡ ସୁଗର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମେଥି ଖାଇବା ଦ୍ୱାରା ଶରୀରରେ ଫୁଲିଥିବା ସ୍ଥାନ କମିଯାଏ । ଏହା ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।

ଗଜା ମେଥି କିପରି ଖାଇବେ :
ଆପଣ ସାଲାଡରେ ମିଶାଇ ଗଜା ମେଥି ଖାଇପାରିବେ । ଏହା ବ୍ୟତୀତ ଉପମା କିମ୍ବା ଓଡ୍ସ ଭଳି ଜିନିଷରେ ମିଶାଇ ଖାଇପାରିବେ । ସକାଳେ ମେଥି ପାଣି ପିଇପାରିବେ, ଆପଣ ଏହାକୁ ଗ୍ରାଇଣ୍ଡ୍ କରି ଅଟାରେ ମିଶାଇ ରୁଟି ତିଆରି କରି ଖାଇପାରିବେ । ତେବେ ଗଜା ମେଥି ତିଆରି କରିବା ପାଇଁ, ଆପଣଙ୍କୁ ରାତିସାରେ ମେଥିକୁ ଏକ ସୂତା କପଡାରେ ବନ୍ଧି ପାଣିରେ ଭିଜାଇ ଦେବେ । ଏହା ପରେ ଦେଖିବେ ସକାଳକୁ ଆପଣଙ୍କ ଗଜା ମେଥି ତିଆରି ହୋଇଯିବ । ଏପରି ଭାବେ ଆପଣ ଗଜା ମେଥି ବିଭିନ୍ନ ପ୍ରକାରର ଜିନିଷରେ ମିଶାଇ ଖାଇପାରିବେ ।

Spread the love