ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆବେଦନ ଅବଧି ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର

ଚାଷୀଙ୍କ ପାଇଁ ଖୁସି ଖବର । ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆବେଦନ ଅବଧି । କେବଳ ଓଡ଼ିଶାର ଚାଷୀଙ୍କ ପାଇଁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟ ସୀମା କେନ୍ଦ୍ର ସରକାର ବଢ଼ାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ ଅବଧି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ଆସନ୍ତା ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଷୀ ଏହି ଯୋଜନାରେ ନିଜ ନାମ ପଞ୍ଜୀକରଣ କରିପାରିବେ । ଚଳିତ ଖରିଫ ରୁତୁ ଚାଷ ପାଇଁ କଟ ଅଫ ମଧ୍ୟ ବୃଦ୍ଧି କରାଯାଇଛି । ସର୍ବାଧିକ ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ କେନ୍ଦ୍ର କୃଷି ମନ୍ତ୍ରାଣାଳୟ ପକ୍ଷରୁ ରାଜ୍ୟ ସମବାୟ ଆୟୁକ୍ତଙ୍କ ପାଖକୁ ଚିଠି ଲେଖାଯାଇଛି । ଅଗଷ୍ଟ ୧୦ ତାରିଖ ଯାଏଁ ଚାଷୀମାନେ ନାମ ପଞ୍ଜୀକରଣ କରିବା ପାଇଁ ନ୍ୟାସନାଲ କର୍ପ ଇନସ୍ୟୁରାନ୍ସ ପୋର୍ଟାଲ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

Spread the love