କୋଟା ଭିତରେ କୋଟା ଉପରେ ମୋହର ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ମୋହର ଲଗାଇଛନ୍ତି। ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ମାମଲାରେ ନିଷ୍ପତ୍ତି ପରିବର୍ତ୍ତନ କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି।ଜଷ୍ଟିସ ବି.ଆର ଗଭାଇ ଏହି ରାୟ ଲେଖିବା ବେଳେ କହିଛନ୍ତି ଯେ ଇଭି ଚିନ୍ନାୟା ରାୟ ମାମଲାରେ କିଛି ତ୍ରୁଟି ରହିଛି। ଏଠାରେ ଧାରା ୩୪୧କୁ ବୁଝିବାର ଆବଶ୍ୟକତା ଅଛି। ଯାହା ସିଟ୍ ଉପରେ ସଂରକ୍ଷଣ ବିଷୟରେ କହିଥାଏ। ସେ କହିଛନ୍ତି ଯେ ମୁଁ କହିବାକୁ ଚାହେଁ କି ଧାରା ୩୪୧ ଏବଂ ୩୪୨ ସଂରକ୍ଷଣ ପ୍ରସଙ୍ଗ ସହିତ ଜଡିତ ନୁହେଁ। କୋଟା ଭିତରେ କୋଟା ସମାନତା ବିରୋଧୀ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହଛନ୍ତି।
ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ମନୋଜ ସିହ୍ନା, ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀ, ଜଷ୍ଟିସ୍‌ ବି ଆର୍‌ ଗଭାଇ, ଜ‌ଷ୍ଟିସ୍‌ ବିକ୍ରମ ନାଥ, ଜଷ୍ଟିସ୍‌ ପଙ୍କଜ ମିତଲ ଓ ଜଷ୍ଟିସ୍‌ ଏସ୍‌ସି ଶର୍ମାଙ୍କ ନେଇ ଗଠିତ ଖଣ୍ଡପୀଠରେ ୬-୧ ବହୁମତ ଆଧାରରେ ଏହି ନିଷ୍ପତ୍ତି ହୋଇଛି।

ତେବେ ଜଷ୍ଟିସ୍‌ ବେଲା ତ୍ରିବେଦୀ ବହୁମତ ନିଷ୍ପତ୍ତି ବିରୋଧରେ ରାୟ ଦେଇଛନ୍ତି। ସେ ତାଙ୍କ ନିଷ୍ପତ୍ତିରେ ଲେଖିଛନ୍ତି କି ‘‘ସଂଖ୍ୟାଗରିଷ୍ଠ ନିଷ୍ପତ୍ତିଠାରୁ ମୋର ଭିନ୍ନ ମତ ଅଛି। ଯେଉଁଭଳି ଭାବେ ତିନିଜଣିଆ ଖଣ୍ଡପୀଠ ଏହି ମାମଲାକୁ ଏକ ବୃହତ ବେଞ୍ଚକୁ ପଠାଇଥିଲେ ସେହି ପଦ୍ଧତିରେ ମୁଁ ସହମତ ନୁହେଁ। ତିନିଜଣ ବିଚାରପତିଙ୍କ ବେଞ୍ଚ କୌଣସି କାରଣ ନ ଦର୍ଶାଇ ଏପରି କରିଥିଲେ।’’

Spread the love