କାଲି ବିଜେଡିର ପ୍ରଶିକ୍ଷଣ ଶିବିର

ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ । ଆସନ୍ତାକାଲି ବିଜେଡି ପକ୍ଷରୁ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ହେବ । ଉଦଘାଟନ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜଣେ ପ୍ରଭାବଶାଳୀ ପ୍ରତିନିଧି କିପରି ହେବେ- ସେନେଇ ପ୍ରଶିକ୍ଷଣ ଦିଆଯିବ । ଶୂନ୍ଯକାଳ, ସ୍ପେସାଲ ସବମିସନ ଆଦି ସମ୍ପର୍କରେ ତାଲିମ ଦିଆଯିବ । ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ଦେବେ ପ୍ରଶିକ୍ଷଣ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ସନ୍ତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି ସମ୍ପର୍କରେ ବିଧାୟକଙ୍କୁ ଦିଆଯିବ ତାଲିମ । ସୋସିଆଲ ମିଡିଆ ସମ୍ପର୍କରେ ବିଧାୟକଙ୍କୁ ଦିଆଯିବ ତାଲିମ । ବଜେଟ ପ୍ରକ୍ରିୟା, ଧ୍ଯାନ ଆକର୍ଷଣ ଆଦି ସମ୍ପର୍କରେ ବିଧାୟକଙ୍କୁ ସୂଚନା ଦିଆଯିବ ।

Spread the love