ବିମ୍‌ଷ୍ଟେକ୍‌ର ଦ୍ୱିତୀୟ ବିପର୍ଯୟ ପରିଚାଳନା ଅଭ୍ୟାସ

ଓଡ଼ିଶାରେ ବିମ୍‌ଷ୍ଟେକ୍‌ର ଦ୍ୱିତୀୟ ବିପର୍ଯ୍ୟାୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେ ନେଇ ଯୋଜନା ଚାଲିଛି। ଏଥିରେ ବିମ୍‌ଷ୍ଟେକ୍‌ରେ ସାମିଲ ଥିବା ସାତଟି ଦେଶ ମଧ୍ୟରୁ ଭାରତ ସହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଓ ନେପାଳର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ, ପୁଲିସ ଡିଜି ଅଭୟ, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଏଥିରେ ଯୋଗ ଦେଇଛନ୍ତି। 

Spread the love