ଯୁଦ୍ଧ ଭୟ : ପୁଣି ଲେବନାନ ଉପରେ ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ, ପୂର୍ବରୁ କରିଥିଲା ଲେବନାନ

ଇସ୍ରାଏଲ ଏବଂ ଲେବନାନ ମଧ୍ୟରେ ଯୁଦ୍ଧ ବଢିବାରେ ଲାଗିଛି । ଇସ୍ରାଏଲ ଆକ୍ରମଣ ପରେ ଲେବନାନ ଆକ୍ରମଣ କରିଥିଲା । ଏହାପରେ ଇସ୍ରାଏଲ ପୁଣି ହିଜବୁଲ୍ଲା ଉପରେ ୧୦୦ରୁ ଅଧିକ ରକେଟ ମାଡ କରିଛି । ପୂର୍ବରୁ ଲେବନାନ କରିଥିବା ଏୟାର ଷ୍ଟ୍ରାଇକ୍ର ଏଭଳି କିଛି ଦୃଢ଼ ଜବାବ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହି ଏୟାରଷ୍ଟ୍ରାଇକ୍ ପରେ ଲେବନାନରେ ଆତଙ୍କ ଖେଳି ଯାଇଛି । ହିଜବୁଲ୍ଲର ଅନେକ କ୍ୟାମ୍ପ ନଷ୍ଟ ହୋଇଯାଇଛି । ତେବେ ଏଥିରେ କେତେଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲର ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି ।

ରବିବାର ସକାଳେ ଦକ୍ଷିଣ ଲେବନାନର ଲୋକଙ୍କୁ ଏକ ବାର୍ତ୍ତା ଜାରି କରିଛି ଇସ୍ରାଏଲ , ଆମେ ଆପଣଙ୍କ ଘର ପାଖରେ ଇସ୍ରାଏଲ କ୍ଷେତ୍ରରେ ବଡ ଆକ୍ରମଣ କରିବା ପାଇଁ ହିଜାବୁଲ୍ଲାର ପ୍ରସ୍ତୁତି ଉପରେ ନଜର ରଖିଛୁ । ଆପଣମାନେ ବିପଦରେ ରହିଛନ୍ତି, ତୁରନ୍ତ ଅଞ୍ଚଳ ଛାଡିକି ଚାଲିଯାଅ । ଆମେ ହିଜାବୁଲ୍ଲାର ଆଡ୍ଡା ଉପରେ ଆକ୍ରମଣ କରିବୁ ଏବଂ ଶେଷ କରିଦବୁ ।

Spread the love