“ପରିଚୟ ସଂକଟ” ର ଶିକାର ହୋଇଛନ୍ତି ବିଜେଡିର ନେତ୍ରୀ ଶ୍ରୀମତୀ ସୁଲତା ଦେଓ : କସ୍ତୁରୀ ମିଶ୍ର

ଭୁବନେଶ୍ୱର, ତା.୨୭/୦୮: ଅଜ୍ଞତାର କୈାଣସି ଜବାବ ନାହିଁ ଏବଂ ବିଭ୍ରାନ୍ତ ସୃଷ୍ଟିକାରୀଙ୍କୁ ଆଦୈା କ୍ଷମା ନାହିଁ । ମାତ୍ର ଦୁର୍ଭାଗ୍ୟର ବିଷୟ, ଆଜି ଏଭଳି କିଛି ଦେଖିବାକୁ ଓ ଶୁଣିବାକୁ ମିଳିଛି କୁହାଳିଆ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ସୁଲତା ଦେଓଙ୍କ କ୍ଷେତ୍ରରେ ବୋଲି ରାଜ୍ୟ ସଂପାଦିକା ଶ୍ରୀମତୀ କସ୍ତୁରୀ ମିଶ୍ର କହିଛନ୍ତି ।

ଗତ କାଲି ମୁମ୍ବାଇରୁ ଓଡିଶାକୁ ଆସିଥିବା ଏବଂ ଭୁବନେଶ୍ୱର ବିମାନ ବନ୍ଦରରେ ଜବତ ହୋଇଥିବା ବିପୁଳ ପରିମାଣର ସୁନା ଓ ରୂପାକୁ ଜିଏସଟି ବିଭାଗର ଅଧିକାରୀମାନେ ତଦନ୍ତ କରୁଛନ୍ତି । ଉକ୍ତ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି । ଏ କଥାକୁ ରାଜ୍ୟବାସୀ ଗଣମାଧ୍ୟମରେ ସ୍ପଷ୍ଟ ଦେଖିଛନ୍ତି ଏବଂ ଶୁଣିଛନ୍ତି । କିନ୍ତୁ “ପରିଚୟ ସଂକଟ” ର ଶିକାର ହୋଇଥିବା ବିଜେଡିର ନେତ୍ରୀ ଶ୍ରୀମତୀ ଦେଓ ନିଜ ଅଜ୍ଞତାର ସମସ୍ତ ସୀମା ଉଲ୍ଲଂଘନ କରି ସଂପୂର୍ଣ୍ଣ ମିଛ କଥା କହି ବିଭ୍ରାନ୍ତକାରୀ ବକ୍ତବ୍ୟ ଦେଇଛନ୍ତି । ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ପଡିବ । ଏଭଳି ହୀନ ବକ୍ତବ୍ୟ ପାଇଁ ଶ୍ରୀମତୀ ଦେଓ ନିସର୍ତଃ କ୍ଷମା ମାଗିବାକୁ ଶ୍ରୀମତୀ ମିଶ୍ର ଦାବୀ କରିଛନ୍ତି ।

Spread the love