ଚର୍ଚ୍ଚାରେ କୁନି କେଜ୍ରିଓ୍ୱାଲ…

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  କୁନି କେଜ୍ରିଓ୍ୱାଲ। ଅର୍ଥାତ ଜଣେ କୁନି ପିଲାଟି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ରେ ନିଜକୁ ସଜେଇ ହୋଇଛନ୍ତି। ମୁଣ୍ଡରେ ଆମ ଆଦମୀ ପାର୍ଟିର ଟୋପି, ବେକରେ ମଫଲର ଏବଂ ଦେହରେ ପୂରା କେଜ୍ରିୱାଲଙ୍କ ଭଙ୍ଗୀର ସ୍ୱେଟର ପିନ୍ଧି ସୋସିଆଲ ମିଡିଆରେ ଛାଇଯାଇଛନ୍ତି।  ମଙ୍ଗଳବାର ଦିନ ଦିଲ୍ଲୀ ନିର୍ବାଚନୀ ଫଳାଫଳ ବାହାରିବା ଜାଣି ସକାଳୁ ସକାଳୁ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ କୁନି ପ୍ରଶଂସକ । ଭୋଟ୍ ଗଣତି ଚାଲିଥିବାବେଳେ କେଜ୍ରିୱାଲଙ୍କ ଏଭଳି କୁନି ସମର୍ଥକଙ୍କ ଫଟୋ ବେଶ୍ ଭାଇରାଲ୍ ହୋଇଥିଲା । ଏହି ଶିଶୁଙ୍କ ନାମ ଏବେ ସାମ୍ନାକୁ ଆସିଛି | ଏହି କୁନି କେଜ୍ରିୱାଲଙ୍କ ପ୍ରକୃତ ନାମ ହେଉଛି ଆୟନ | ଆପ୍‌ ସମର୍ଥକ ରାହୁଲ ତୋମର ଏବଂ ମିନାକ୍ଷୀଙ୍କ ପୁଅ ଆୟନ ହୋଇଥିବାବେଳେ ଗତକାଲି ସେ ନିଜ ବାପା-ମାଙ୍କ ସହ ଆପ କାର୍ଯ୍ୟାଳୟକୁ ଆସିଥିଲେ | ଆୟନଙ୍କ ମା କହିଛନ୍ତି ଯେ ଯେତେବେଳେ ତାଙ୍କ ପୁଅ ବଡ ହେବ ସେତେବେଳେ ତାହାକୁ ଗର୍ବ ଲାଗିବ ଯେ ଦିନେ ସେ କେଜ୍ରିୱାଲଙ୍କ ଭଳି ବେଶ ହୋଇଥିଲା | ତାଙ୍କ ମା କହିଛନ୍ତି ଯେ ପୁଅ ତାଙ୍କର ବଡ ହେଲେ କେଜ୍ରିୱାଲଙ୍କ ଭଳି ହେଉ ବୋଲି ସେ ଆଶା କରିଛନ୍ତି | ଦିଲ୍ଲୀର ‘ବେବି କେଜ୍ରିୱାଲ୍‌’ଙ୍କ ଫଟୋ ଆପ୍‌ ପକ୍ଷରୁ ଏହି ଫଟୋ ପୋଷ୍ଟ କରାଯିବାର କିଛି ସମୟ ପରେ ଏହା ଭାଇରାଲ୍‌ ହୋଇଥିଲା।

Spread the love