ପରାଜୟ ପରେ ମନୋଜ ତିଓ୍ୱାରୀ ଦେଲେ ଇସ୍ତଫାପତ୍ର, ହାଇକମାଣ୍ଡ ତରଫରୁ ଆସିଲା ଏପରି ଜବାବ

ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ଯୋଗୁଁ  ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ୱାରୀ ନିଜର ଇସ୍ତଫାପତ୍ର  ବିଜେପି ହାଇକମାଣ୍ଡଙ୍କୁ ପଠାଇଛନ୍ତି।  ମନୋଜ ତିଓ୍ୱାରୀ  କହିଥିଲେ ଯେ, ବିଜେପି ଦିଲ୍ଲୀରେ ଏଥର 48 ସିଟ ଆଣିବ।  ହେଲେ ବିଜେପିକୁ  କେବଳ 8ଟି ସିଟ ମିଳିଛି। ପ୍ରକାଶ ଥାଉକି, ମନୋଜ ତିଓ୍ୱାରୀଙ୍କ ନେତୃତ୍ୱରେ ବିଜେପି ଦିଲ୍ଲୀରେ ଭଲ ପ୍ରଦର୍ଶନ କରିପାରୁନଥିବାରୁ ସେ ଇସ୍ତଫାପତ୍ର ଦେଇଥିଲେ । ହେଲେ ତାଙ୍କ ଇସ୍ପଫା ପତ୍ରକୁ ଗ୍ରହଣ କରାଯାଇନାହିଁ। କାରଣ ଆଗକୁ ଦିଲ୍ଲୀରେ ବିଜେପି ସଂଗଠନ ପାଇଁ ନିର୍ବାଚନ ହେବ । ବିଧାନସଭା ନିର୍ବାଚନ ଥିବାରୁ ସଂଗଠନ ନିର୍ବାଚନକୁ ବାଦ ଦିଆଯାଇଥିଲା । ଆଗକୁ ଦିଲ୍ଲୀରେ ବିଜେପିର ମଙ୍ଗ ଧରିବା ପାଇଁ ନିର୍ବାଚନ ହେବାପରେ  ମନୋଜ ତିଓ୍ୱାରୀଙ୍କ ଆବେଦନ ଉପରେ ବିଚାର କରାଯିବ ବୋଲି ଜଣାପଡିଛି।  ପ୍ରକାଶ ଥାଉକି, ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ପରେ ଦିଲ୍ଲୀ ଶାସନାଧିନ ଆପ୍ ପୁଣି ବାଜିମାତ କରିଛି।  ଅରବିନ୍ଦ କେଜ୍ରିବାଲଙ୍କ ପାର୍ଟି 70ଟି ଆସନରୁ 62 ଆସନରେ ଜିତିଥିବା ବେଳେ ବିଜେପି ମାତ୍ର 8ଟିରେ ଜିତିଛନ୍ତି। ସେହିପରି କଂଗ୍ରେସ ଖାତା ଖୋଲିପାରିନାହିଁ। କେଜ୍ରିବାଲ  ବିଧାୟକଦଳ ନେତା ଭାବେ ବଛା ଯାଇଥିବାରୁ ଆସନ୍ତା 16 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ପୁଣିଥରେ ବିରାଜମାନ କରିବେ  ବୋଲି ଜଣାପଡିଛି।

Spread the love