ଲାଉ ଜୁସ୍ ପିଅନ୍ତୁ, ଓଜନ କମ କରନ୍ତୁ : ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ
ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ମୋଟାପଣ । ଏହାକୁ ନେଇ ଅନେକ ଲୋକ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ମେଦୁବହୁଳତା ସ୍ୱାସ୍ଥ୍ୟର ଅନେକ ଦିଗ ଉପରେ ଗୁରୁତର ପ୍ରଭାବ ପକାଇଥାଏ, ଯାହା ବର୍ତ୍ତମାନ ଡାଇବେଟିସ୍ , ରକ୍ତ ଚାପ ଏବଂ ହାର୍ଟ ଆଟାକ୍ ଭଳି ରୋଗର ମୁଖ୍ୟ କାରଣ ପାଲଟିଛି । ତେଣୁ, ବଢୁଥିବା ମୋଟାପଣକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଓଜନ ହ୍ରାସ କରିବା ପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ସହ ନିୟମିତ ବ୍ୟାୟାମ କରିବା ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ । ଦିନକୁ ମାତ୍ର ୪୦ ରୁ ୫୦ ମିନିଟ୍ର କୌଣସି ବ୍ୟାୟାମ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ, ଆପଣ ଖାଦ୍ୟରେ କିଛି ବିଶେଷ ଜିନିଷ ଅନ୍ତଭୂର୍କ୍ତ କରି ଓଜନ ହ୍ରାସ ପ୍ରକ୍ରିୟାକୁ ମଧ୍ୟ ସହଜ କରିପାରିବେ ।
ଓଜନ ହ୍ରାସ କରିବାରେ ଲାଉ ତରକାରୀ, ଲାଉ ରସ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ସୂଚନା ମୁତାବକ ମେଦୁବହୁଳତା ହ୍ରାସ କରିବା ପାଇଁ ଏହାକୁ ସବୁଠାରୁ ପ୍ରଭାବଶାଳୀ ରେସିପି ବୋଲି କୁହାଯାଏ । ଡାଏଟିସିୟାନ ମଧ୍ୟ ଓଜନ ହ୍ରାସ ନିୟମିତ ଲାଉ ଖାଇବାକୁ ପରାମର୍ଶ ଦିଅନ୍ତି । ଲାଉ ଭିଟାମିନ୍ ଏବଂ ଫାଇବରରେ ଭରପୂର, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଏଥିରେ ଭିଟାମିନ୍-ଏ , ଭିଟାମିନ୍-ସି ଏବଂ ଆଇରନ୍ ପରି ପୋଷକ ତତ୍ତ୍ୱ ରହିଥାଏ , ଯାହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ବରଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଅଧିକାଂଶ ଲୋକ ଲାଉ ଖାଇବାକୁ ଭଲ ପାଇନଥାନ୍ତି ତେଣୁ, ଯେଉଁ ଲୋକମାନଙ୍କୁ ଲାଉ ତରକାରୀ ଖାଇବାକୁ ପସନ୍ଦ ନୁହେଁ, ସେମାନେ ଲାଉ ଜୁସ୍ ମଧ୍ୟ ପିଇପାରିବେ । ଏହା ଶରୀରର ମୋଟାପଣ ହ୍ରାସ କରିବାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟ, ପାଇଲ୍ସ ଏବଂ ୟୁରିକ୍ ଏସିଡ଼ ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଘରେ ଏହାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ । ତେବେ, ଆସନ୍ତୁ ଜାଣିବା ଓଜନ ହ୍ରାସ ପାଇଁ ସବୁଠାରୁ ପ୍ରଭାବଶାଳୀ ରେସିପି ଲାଉ ଜୁସ୍ କିପରି ପ୍ରସ୍ତୁତ କରିବେ –
ଲାଉ ଜୁସ୍ ପ୍ରସ୍ତୁତ କରିବା ରେସିପି :
- ଲାଉ ଜୁସ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତାଜା ଲାଉ ନେଇ ଭଲ ଭାବେ ଧୋଇ ଦିଅନ୍ତୁ ।
- ଏହା ପରେ, ଲାଉକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ ।
- କଟା ଯାଇଥିବା ଲାଉର ଖଣ୍ଡଗୁଡ଼ିକୁ ଏକ ଗ୍ରାଇଣ୍ଡରରେ ରଖି ସେଥିରେ ଗୋଟିଏ ଚାମଚ ଜିରା ,୧୦ ରୁ ୧୫ଟି ତାଜା ଭୃସଙ୍ଗ ପତ୍ର ମିଶାଇ ଭଲ ଭାବରେ ଗ୍ରାଇଣ୍ଡ କରନ୍ତୁ
- ମିଶ୍ରଣଟି ସାମାନ୍ୟ ଗ୍ରାଇଣ୍ଡ ହୋଇଗଲାପରେ ସେଥିରେ ଗୋଟିଏ ଛୋଟ କପ୍ ପାଣି ମିଶାଇ ୩ ରୁ ୪ ମିନିଟ୍ ପାଇଁ ପୁଣି ଗ୍ରାଇଣ୍ଡ କରିନିଅନ୍ତୁ ।
- ଏହାପରେ ମିଶ୍ରଣଟିକୁ ଏକ ଗ୍ଲାସକୁ ଛାଣି ଦିଅନ୍ତୁ । ଏପରି ଭାବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଲାଉ ଜୁସ୍ ।
- ଏହି ଜୁସ୍ର ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ କିଛି, ଗୋଲମରିଚ ଗୁଣ୍ଡ କିମ୍ବା କଳା ଲୁଣ ମଧ୍ୟ ମିଶାଇ ପାରିବେ ।
ଯଦି ଅପଣ ନିୟମିତ ଲାଉ ତରକାରୀ ଖାଉଛନ୍ତି କିମ୍ବା ଲାଉ ଜୁସ୍ ପିଉଛନ୍ତି ତେବେ,ଏକ ମାସ ମଧ୍ୟରେ ଶରୀରରେ ଏହାର ପ୍ରଭାବ ଦେଖାଯିବାକୁ ଆରମ୍ଭ କରିବ, ଯାହା ଆପଣଙ୍କୁ ଓଜନ କମ କରିବାରେ ସାହାଯ୍ୟ କରିବା । ଏହା ବ୍ୟତୀତ ଆହୁରି ଅନେକ ପ୍ରକାରର ସ୍ଵାସ୍ଥ୍ୟ ଉପକାରିତା ମଧ୍ୟ ମିଳିବ । ଏପରି ଭାବେ ଆପଣ ନିଜ ଡାଏଟରେ ଲାଉକୁ ସାମିଲ କରନ୍ତୁ ।