ପ୍ରତିଦିନ ଡାଏଟରେ ସାମିଲ କରନ୍ତୁ ଏହି ପାଣି, ଦୂର ହେବ ଅନେକ ସ୍ଵାସ୍ଥ୍ୟ ସମସ୍ୟା
ଆଜିକାଲିର ଲୋକମାନେ ଘର ଖାଦ୍ୟକୁ ଛାଡି ବାହାର ଖାଦ୍ୟ ଖାଉଛନ୍ତି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । କିନ୍ତୁ ଲୋକମାନେ ସେ ସବୁକୁ ନ ମାନି ବାହାର ଖାଦ୍ୟ ଖାଇଥାନ୍ତି । ବାହାର ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଅସୁସ୍ଥ ହେବା ସହ ଆମର ହଜମ ପ୍ରକ୍ରିୟା ମଧ୍ୟ ଖରାପ ହୋଇଥାଏ । ଅନେକ ଥର ଆମେ ଏପରି ଜିନିଷ ଖାଇଥାଉ ଯାହା ଆମ ଶରୀର ହଜମ କରିବା କଷ୍ଟକର ହୋଇଯାଏ । ଯେପରି ମଇଦା ଠାରୁ ଆରମ୍ଭ କରି କିଣା ଖାଦ୍ୟ ପର୍ଯ୍ୟନ୍ତ ଏପରି କିଛି ଜିନିଷ ଅଛି ଯାହା ପେଟରେ ସହଜରେ ହଜମ ହୋଇନଥାଏ । ଯଦି ଆପଣ ରାତିରେ ଏପରି କିଛି ଖାଦ୍ୟ ଖାଉଛନ୍ତି, ତେବେ ନିଶ୍ଚିତ୍ ଭାବରେ ସକାଳେ ଆପଣଙ୍କ ଶରୀର ଏବଂ ପେଟକୁ ଡିଟକ୍ସ କରନ୍ତୁ । ଏଥିପାଇଁ ଆପଣ ଘରେ ଏପରି ଜଳ ପ୍ରସ୍ତୁତ କରିପାରିବେ ଯାହା ସକାଳେ ଆପଣଙ୍କ ପେଟ ଏବଂ ଶରୀରରେ ଜମା ହୋଇଥିବା ସମସ୍ତ ମଇଳାକୁ ସଫା କରିବ । ଏହା ଆପଣଙ୍କ ଶରୀରକୁ ଡିଟକ୍ସ କରିବ ଏବଂ ଆପଣଙ୍କ ପେଟ ସମ୍ପୂର୍ଣ୍ଣ ସଫା ହୋଇଯିବ ।
ତେବେ ଆପଣ ସକାଳେ ଉଠିବା ପରେ ଚା’ ବଦଳରେ ଲେମ୍ବୁ, କାକୁଡି ଏବଂ ପୁଦିନା ପ୍ରସ୍ତୁତ ପାଣି ପିଇବା ଉଚିତ୍ । ଏଥି ପାଇଁ ଲେମ୍ବୁ, କାକୁଡି ଏବଂ ପୁଦିନାକୁ ସଫା କରି ଶୁଖାନ୍ତୁ । କାକୁଡି ଏବଂ ଲେମ୍ବୁକୁ ଛୋଟ ଛୋଟ କରି କାଟି ରାତିସାରା ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଉଠିବା ମାତ୍ରେ ଏହି ପ୍ରସ୍ତୁତ ପାଣିକୁ ଛାଙ୍କି ଖାଲି ପେଟରେ ପିଅନ୍ତୁ । ଏହି ପାଣି ପିଇଲେ ଆପଣଙ୍କ ପେଟ ଏବଂ ଶରୀର ଡିଟକ୍ସ ହୋଇଯିବ ସହ ଜମା ହୋଇଥିବା ଖାଦ୍ୟ ସହଜରେ ଦୂର ହୋଇଯିବ ।
କାକୁଡି, ଲେମ୍ବୁ ଏବଂ ପୁଦିନା ଦ୍ୱାରା ପ୍ରସ୍ତୁତ ପାଣି ପିଇବାର ଫାଇଦା :
ସକାଳୁ ଖାଲି ପେଟରେ ଏହି ପାଣିକୁ ପିଇବା ଦ୍ୱାରା ଡାଇବେଟିସ୍ ରୋଗ ମଧ୍ୟ ଭଲ ହୋଇପାରେ । ଏହି ପାଣି ହଜମ ପ୍ରକ୍ରିୟାକୁ ଉନ୍ନତି କରେ । ଯେଉଁଥିପାଇଁ ଆପଣଙ୍କ ପେଟ ସହଜରେ ସଫା ହୋଇଯାଏ । ଏହା ସହ ପେଟରେ ଜମା ହୋଇଥିବା ଖରାପ ଖାଦ୍ୟ ବାହାରି ଯାଇଥାଏ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିବ ।
ଏହି ପାଣିକୁ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ଆମର ମୋଟାପଣ ଦୂରେଇ ଯାଏ । ଏହା ହଜମ ଶକ୍ତିକୁ ମଜବୁଦ୍ କରେ ଏବଂ ମେଟୋବୋଲିମ୍କୁ ଭଲ କରେ । ଯେଉଁ କାରଣରୁ ଶରୀରର ଚର୍ବି ଏବଂ କ୍ୟାଲୋରକୁ ଶୀଘ୍ର ନଷ୍ଟ କରିଥାଏ । ଏହି ପାଣି ଓଜନକୁ କମ୍ କରିବାରେ ସାହାର୍ଯ୍ୟ କରିଥାଏ ।
କାକୁଡି ଏବଂ ଲେମ୍ବୁର ପାଣିକୁ ପିଇବା ଦ୍ୱାରା ଆମର ଶରୀର ବହୁ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ ରହିଥାଏ । ଏହି କାରଣରୁ ଦିନସାରା ଶରୀରରେ ଜଳର ଅଭାବ ଦେଖାଯାଏ ନାହିଁ । ଲେମ୍ବୁର ଅମ୍ଳୀୟ ଗୁଣ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ।
ଏହି ପାଣି ଶରୀରକୁ ଡିଟକ୍ସାଇଫ୍ କରିବାରେ ମଧ୍ୟ ସାହର୍ଯ୍ୟ କରିଥାଏ । ଏହାକୁ ପିଇବା ଦ୍ୱାରା ଶରୀରରେ ଥିବା ଖରାପ ପଦାର୍ଥଗୁଡିକୁ ବାହାର କରିଦେଇଥାଏ । ଯେଉଁ କାରଣରୁ ଚର୍ମରେ ଉନ୍ନତି ହୁଏ ଏବଂ ପିମ୍ପଲ ସମସ୍ୟା ଦୂର ହୋଇଯାଏ ।
ଏହି ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି’ ଭରପୂର ରହିଥାଏ । ଯେଉଁଥିପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଇଥାଏ । କାକୁଡି ଏବଂ ଲେମ୍ବୁ ପାଣି ମଧ୍ୟ ଶରୀରକୁ କ୍ଷତି ପହଞ୍ଚାଇଥିବା ଫ୍ରି’ ରେଡିକଲ୍ସରୁ ରକ୍ଷା କରିଥାଏ । ସେଥିପାଇଁ ଯେଉଁମାନେ ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ଏହି ପାଣି ନିଜ ପ୍ରତିଦିନ ଡାଏଟରେ ସାମିଲ କରିପାରିବେ । ଏପରି ଭାବେ ଆପଣ ଏହି ସବୁ ସମସ୍ୟାରୁ ରକ୍ଷା ପାଇପାଇବେ ।