ରାତିରେ ଖାଆନ୍ତୁ ନାହିଁ ଏହି ଫଳ, ଜାଣନ୍ତୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଭିନ୍ନ ତଥ୍ୟ

ଆମେ ସମସ୍ତେ ଜାଣୁ ଯେ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । କାରଣ ଫଳରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ଭରପୂର ଥାଏ ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପ୍ରତିଦିନ ଫଳ ଖାଇବା ଦ୍ୱାରା ଶରୀରରେ ପ୍ରଚୁର ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଫଳ ଖାଇବାର ମଧ୍ୟ ଉପଯୁକ୍ତ ସମୟ ଅଛି । ଯଦି ଆପଣ ରାତିରେ ଫଳ ଖାଆନ୍ତି ତେବେ ଏହା ଲାଭ ବଦଳରେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇବ । ଆସନ୍ତୁ ଜାଣିବା ରାତିରେ ଫଳ ଖାଇବା ଦ୍ୱାରା କେଉଁ ସମସ୍ୟା ସୃଷ୍ଟି ହୋଇପାରେ, କେଉଁ ଫଳ ରାତିରେ ଖାଇବା ଉଚିତ୍ ନୁହେଁ ଏବଂ ଫଳ ଖାଇବା ପାଇଁ ଉପଯୁକ୍ତ ସମୟ କଣ ?

ରାତିରେ ଫଳ ଖାଇବା ଦ୍ୱାରା ଏହି ସମସ୍ୟା ହୋଇପାରେ:

ଅଧିକାଂଶ ଫଳରେ ବହୁତ ପରିମାଣର ସୁଗାର ରହିଥାଏ । ଏପରି ପରିସ୍ଥିତିରେ ରାତ୍ରୀ ଭୋଜନ ସମୟରେ ଫଳ ସେବନ କଲେ ରକ୍ତରେ ଶର୍କରା ସ୍ତର ଶୀଘ୍ର ବଢ଼ିଥାଏ । ବର୍ତ୍ତମାନର ଖରାପ ଲାଇଫଷ୍ଟାଇଲ ପାଇଁ ଅଧିକାଂଶ ଲୋକଙ୍କ ଶରୀରରେ ହାଇ ବ୍ଲଡ୍ ସୁଗାର ସମସ୍ୟା ଦେଖାଯାଉଛି । ଏପରି ପରିସ୍ଥିତିରେ ଫଳ ଖାଇବା ଦ୍ୱାରା ସୁଗାର ଲେଭଲ୍ ଶୀଘ୍ର ବଢ଼ିପାରେ । ତେଣୁ ଶୋଇବା ପୂର୍ବରୁ ରାତ୍ରୀ ଭୋଜନ ସମୟରେ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଶୋଇବା ପୂର୍ବରୁ ରାତ୍ରୀ ଭୋଜନରେ ଫଳ ଖାଇବା ଦ୍ୱାରା ଶକ୍ତି ସ୍ତର ବଢ଼ିପାରେ । ଶକ୍ତି ବୃଦ୍ଧି ହେତୁ ଆପଣଙ୍କୁ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଫଳଗୁଡିକ ପାଣିରେ ଭରପୂର ଥାଏ, ତେଣୁ ଯଦି ରାତିରେ ଫଳ ଖାଉଛନ୍ତି, ତେବେ ଆପଣଙ୍କ ନିଦରେ ସମସ୍ୟା ଦେଖାଯାଇପାରେ । କାହିଁକି ନା ପାଣିର ମାତ୍ରା ଶରୀରରେ ବଢ଼ିବା ଫଳରେ ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗିପାରେ ।

ଭୁଲରେ ମଧ୍ୟ ରାତିରେ କେଉଁ ଫଳ ଖାଇବା ଉଚିତ୍ ନୁହେଁ ?

କଦଳୀ: ପୋଷକ ତତ୍ତ୍ୱରେ ଭରପୂର କଦଳୀ ଶରୀରକୁ ତୁରନ୍ତ ଶକ୍ତି ଦେଇଥାଏ । କିନ୍ତୁ ଯଦି ଆପଣ ରାତିରେ ଏହି ଫଳ ଖାଆନ୍ତି ତେବେ ଏହା ଥଣ୍ଡା ଏବଂ କାଶ ଭଳି ସମସ୍ୟା ସୃଷ୍ଟି କରିପାରେ । ଏଥିସହ ରାତିରେ କଦଳୀ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ ।

କମଳା: ଭିଟାମିନ୍ ସିରେ ଭରପୂର ଥିବା କମଳା ହେଉଛି ଏକ ଅମ୍ଳୀୟ ଫଳ ଯାହା ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଖାଇବା ଉଚିତ୍ ନୁହେଁ । ରାତିରେ ଏହାକୁ ଖାଇବା ଦ୍ୱାରା ଥଣ୍ଡା ଏବଂ କାଶ ସମସ୍ୟା ହୋଇପାରେ ।

ନାଶପାତି- ନାଶପାତିରେ ଚିନିର ମାତ୍ରା ଅଧିକ ରହିଥାଏ ଯାହା ରାତିରେ ରକ୍ତରେ ଶର୍କରା ସ୍ତରକୁ ବଢ଼ାଇପାରେ, ତେଣୁ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଭଲ ।

ଫଳ ଖାଇବା ପାଇଁ ଉପଯୁକ୍ତ ସମୟ କଣ?

ଜଳଖିଆ ପରେ ଫଳ ଖାଇବା ହେଉଛି ଉପଯୁକ୍ତ ସମୟ । ଜଳଖିଆ ଖାଇବା ପରେ ଦିନ ୧୧ଟାରୁ ୧ଟା ସମୟ ମଧ୍ୟରେ ଆପଣ ଯେକୌଣସି ଫଳ ଖାଇ ପାରିବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ । ଆୟୁର୍ବେଦଙ୍କ ଅନୁଯାୟୀ ସକାଳେ ଖାଲି ପେଟରେ ଆପଲ୍ ଏବଂ କଦଳୀ ପରି ଫଳ ଖାଇବା ଦ୍ୱାରା ପେଟ ସଫା ହୋଇଥାଏ ।

Spread the love