ଆଜି ଭାଲେଂଟାଇନ୍ ଡେ’

ଆଜି ଭାଲେଂଟାଇନ୍ ଡେ’ । ତେବେ ଏହି ଦିବସକୁ କେତେକ ସଂଗଠନ ବିରୋଧ କରୁଥିବା ବେଳେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି କମିସନରେଟ ପୋଲିସ । ଭାଲେଂଟାଇନ୍ ଡେ’ ପାଳନ କରିବାର ଅଧିକାର ପ୍ରେମୀ ଯୁଗଳଙ୍କର ରହିଛି। ସମ୍ବିଧାନ ଅନୁସାରେ ଜନସାଧାରଣଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି। ତେଣୁ ଲୋକମାନେ ଭାଲେଂଟାଇନ୍ ଡେ’କୁ ମନଭରି ପାଳନ କରିପାରିବେ। ସେମାନେ ଯେଉଁ ଢଙ୍ଗରେ ଚାହିଁବେ ସେଭଳି ପାଳନ କରିପାରିବେ। ଭାରତର ସମ୍ବିଧାନ ଓ ଏଥିରେ ପ୍ରଦାନ କରାଯାଇଥିବା ଅଧିକାରକୁ ସୁରକ୍ଷା ଦିଆଯିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।ଆ ଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ବଟାନିକାଲ୍ ଗାର୍ଡେନ୍, ଖଣ୍ଡଗିରି ଓ ଉଦୟଗିରି, ଜୟଦେବ ବାଟିକା, ଆଇନକ୍ସ, ଏସପ୍ଲାନେଡ୍ ଓ ଶିଖରଚଣ୍ଡିରେ ପୋଲିସ ଫୋର୍ସ ମୁତୟନ କରାଯିବ। ଭାଲେଂଟାଇନ୍ ଡେ’କୁ ବିରୋଧ କରିବା ପାଇଁ ପୂର୍ବରୁ କଳିଙ୍ଗ ସେନା ଲିଖିତ ଭାବେ ଜଣାଇଥିଲା।

Spread the love