ଆଜି ଆଲୋକର ପର୍ବ ଦୀପାବଳି

ଆଜି ଆଲୋକର ପର୍ବ ଦୀପାବଳି। ଦେଶବ୍ୟାପୀ ପାଳିତ ହେଉଛି ଦୀପାବଳି। ହେଲେ ଏବର୍ଷ ଓଡ଼ିଶାରେ ଦୀପାବଳି ପାଳନକୁ ନେଇ ଦେଖା ଦେଇଛି ଦ୍ୱନ୍ଦ୍ୱ। ପାଞ୍ଜି ଓ କ୍ୟାଲେଣ୍ଡରେ ପ୍ରଭେଦ ଯୋଗୁ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି । କୋହେନୂର କ୍ୟାଲେଣ୍ଡରରେ ଆଜି ଦୀପାବଳି ପଡ଼ୁଛି । ସେହିପରି ବିରଜା ପାଞ୍ଜିରେ ମଧ୍ୟ ଆଜି ଦୀପାବଳି ପଡ଼ୁଥିବା ଉଲ୍ଲେଖ ରହିଛି। ଅସଲି ଖଡ଼ିରତ୍ନ ପଞ୍ଜିକାରେ ୩୧ରେ ଶ୍ୟାମାକାଳୀ ପୂଜା ଉଲ୍ଲେଖ ରହିଥିବା ବେଳେ ନଭେମ୍ବର ୧ ତାରିଖରେ ବଡ଼ବଡ଼ିଆ ଡାକ ଓ ଦୀପାବଳି ପାଳନ ହେବା ନେଇ ସୂଚନା ରହିଛି । ଆଜି ରାତି ୨ଟା ୩୦ ପରଠାରୁ ଆରମ୍ଭ ହେଉଛି ଅମାବାସ୍ୟା । ହେଲେ ୩୧ ତାରିଖରେ ଅମାବାସ୍ୟା ରହୁନଥିବାରୁ ପିତୃକର୍ମ ହୋଇପାରିବ ନାହିଁ । ନଭେମ୍ବର ୧ ତାରିଖ ମଧ୍ୟାହ୍ନରେ ଅମାବାସ୍ୟା ରହୁଥିବାରୁ ସେହିଦିନ ପୟାଶ୍ରାଦ୍ଧ ଦିଆଯାଇପାରିବ । କିଛି କ୍ୟାଲେଣ୍ଡରରେ ଅକ୍ଟୋବର ୩୧ ତାରିଖରେ ଆମବାସ୍ୟା ସୂଚନା ରହିଥିବାରୁ ସେହିଦିନ ସରକାରୀ ଛୁଟି ଘୋଷଣା ହୋଇଛି। କିନ୍ତୁ ଯେଉଁମାନେ ଶ୍ରାଦ୍ଧ ଦେବେ, ତାଙ୍କ ପାଇଁ ଦ୍ଵନ୍ଦ ବଢ଼ିଛି । କିଛି ସ୍ଥାନରେ ଆଜି ବଡ଼ ବଡ଼ୁଆଙ୍କୁ ଡକାଯିବାକୁ ଥବା ବେବେ କିଛି ସ୍ଥାନରେ ଆସନ୍ତାକାଲି ଡକାଯିବ ବଡ଼ବଡ଼ୁଆ ।

Spread the love