ପୂର୍ବରୁ ରାସ୍ତା କଡ଼ରୁ କିଣୁଥିଲି, ଆଜି ମଧ୍ୟ କିଣିଲି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଗୁରୁବାରଠାରୁ ୨ ଦିନିଆ କେନ୍ଦୁଝର ଗସ୍ତ ଯାଉଛନ୍ତି। ଏହା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ୟୁନିଟ୍ ୧ ମାର୍କେଟ ଆସିଥିଲେ । ସେଠାରେ ଫୁଟପାଥ୍‌ରୁ ଦୀପ ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ।  ପତ୍ନୀଙ୍କ ସହ ଦୀପ କିଣିବା ସହ ବିଭିନ୍ନ ଦୀପ ଦୋକାନ ମଧ୍ୟ ବୁଲିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ୟୁନିଟ୍ ୧ ମାର୍କେଟରେ ଦେଖି ବ୍ୟବସାୟୀମାନେ ଖୁସି ବ୍ୟକ୍ତ କରିଥିଲେ । ସେ ବିଭିନ୍ନ ବ୍ୟବସାୟୀଙ୍କ ସହ ବି କଥାବାର୍ତ୍ତା କରିଥିଲେ । ସାଧାରଣ ଲୋକ ଏବଂ ସରକାରଙ୍କ ମଧ୍ୟରେ ଦୂରତାକୁ ଦୂର କରିବା ପାଇଁ ମୋହନ ସରକାରଙ୍କ ଏହା ଏକ ନିଆରା ପ୍ରୟାସ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Spread the love