ନଭେମ୍ୱର ୧୫ରୁ କଟକର ଐତିହାସିକ ବାଲିଯାତ୍ରା

କଟକ : ନଭେମ୍ୱର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ତଳ ପଡ଼ିଆରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କଟକଣା ଜାରି କରିଛି । ଉପର ପଡ଼ିଆରେ ବାଲିଯାତ୍ରା ନ କରି, ତଳ ପଡ଼ିଆରେ ବାଲିଯାତ୍ରା କଲେ ଭଲ ହୁଅନ୍ତା ବୋଲି ପରାମର୍ଶ ଦେଇଛନ୍ତି ହାଇକୋର୍ଟ । କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣୀ କରି ଏହି ମତ ରଖିଛନ୍ତି ହାଇକୋର୍ଟ ।

ଏବେ ଏହାକୁ ନେଇ ବିଚାରବିମର୍ଶ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଏପଟେ ତଳ ପଡ଼ିଆ ଓ ଉପର ପଡିଆର ବ୍ୟବସାୟୀଙ୍କୁ ଜାଗା ଦେବାକୁ ହେଲେ, କେତେ ସମ୍ପ୍ରସାରଣ କରିବାକୁ ପଡ଼ିବ ? ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଭିତରେ ଏହା ସମ୍ଭବ କି? ଏନେଇ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛି ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ । ଆସନ୍ତାକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହେବ । ଯାହା ନିଷ୍ପତ୍ତି ହେବ ସେ ସଂପର୍କରେ ଆସନ୍ତା ୭ ତାରିଖ ସୁଦ୍ଧା ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Spread the love