ଖଣ୍ଡଗିରି ଓଭରବ୍ରିଜ ଉପରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍
ରାଜଧାନୀରେ ଗ୍ୟାସ୍ ଲିଙ୍କ ଆତଙ୍କ। ଦୀର୍ଘ ୪୫ ମିନିଟ ପରେ ଆୟତ୍ତ ହେଲା ଗ୍ୟାସ୍ । ଏହାପରେ ସୁରକ୍ଷିତ ଭାବେ ସମସ୍ତ ଟାଙ୍କି ସହ ଗାଡିକୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । ବରମୁଣ୍ଡାରୁ ବ୍ରହ୍ମପୁର ଆଡକୁ ଯିବା ବେଳେ ଅଘଟଣ ଘଟିଥିଲା । CNG ବୋଝେଇ ଗାଡିରେ ଗ୍ୟାସ ଲିକ୍ ହୋଇଯିବାରୁ ଗ୍ୟାସ ଟ୍ୟାଙ୍କର ସେଫ୍ଟି ଭାଲବ ଖୋଲିଯିବାରୁ ଗ୍ୟାସ ଲିକ୍ ହୋଇଥିଲା ।
ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ। NHର ଉଭୟ ପାର୍ଶ୍ବରେ ଅଟକି ରହିଥିଲା ଶହ ଶହ ଗାଡ଼ି । ଫ୍ଲାଏଓଭରକୁ ଚାରିପଟୁ ସିଲ୍ କରିଦେଇଥିଲା ପୋଲିସ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସକୁ ଆୟତ୍ତ କରିଥିଲା। ।