ଆପଣଙ୍କ ଜୀବନରେ ସୁଖ ଚାହୁଁଛନ୍ତିକି ତାହାଲେ କରନ୍ତୁ ଲୁଣର ପ୍ରୟୋଗ

ଲୁଣ । ଦୈନଦିନ ଜୀବନରେ ସମସ୍ତଙ୍କ ପାଇଁ ଏକ ଅତି ଦରକାରୀ ଜିନିଷ । ଆମ ଖାଦ୍ୟର ସ୍ୱାଦ ପାଇଁ ଲୁଣ ଦରକାର । ହେଲେ ଆମ ଶରୀର ପାଇଁ ବି ଲୁଣର ଆବଶ୍ୟକତା ରହିଛି । ଖାଲି ସେତିକି ନୁହେଁ ଲୁଣର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ତେବେ ଏସବୁକୁ ବାଦ୍ ଦେଲେ ଲୁଣର ଆହୁରି କିଛି ଉପାୟରେ ବ୍ୟବହାର କରାଯାଇ ପାରିବ । ଯାହା ଆପଣଙ୍କ ଜୀବନର ଗତି ପଥ ବଦଳାଇ ଦେବ।

ବହୁ ଆଗରୁ ତନ୍ତ୍ର ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ଲୁଣର ବିଧି ଅନୁସାରେ ପ୍ରୟୋଗ ରହିଛି। କାହିଁକି ନା ବନ୍ଧୁ ଗଣ ଆଜିର ଧାଆଁ ଦୌଡ ଜୀବନରେ ଲାଗି ରହିଥିବା ଅଶାନ୍ତି, ମାନସିକ ଦୁଶ୍ଚିନ୍ତା, ବିଭିନ୍ନ ସମସ୍ୟା ପାଇଁ ଆପଣମାନେ କେତେ ବେଳେ ଜ୍ୟୋତିଷ ପାଖକୁ ତ କେବେ ତାନ୍ତ୍ରିକ କି ବିଶେଷଜ୍ଞଙ୍କ ନିକଟକୁ ଦୌଡୁଛନ୍ତି । ପୁଣି କେବେ ଚିନ୍ତାରେ ରୋଗଗ୍ରସ୍ତ ହୋଇ ଡାକ୍ତର ପାଖକୁ ଯାଇ ଯାଇ ଥକି ପଡ଼ିଥିବେ । ତେବେ ଏଇ ଉପଚାରଟି କରନ୍ତୁ ଆମର ଆଶା ଆପଣ ନିଶ୍ଚୟ ଲାଭ ପାଇବେ ।

ଆସନ୍ତୁ ଜାଣିବା ପ୍ରୟୋଗ ବିଧି:-

ପ୍ରଥମେ ଆପଣ ମାନେ ନିଜ ହାତରେ କିଛି ଲୁଣ ନିଅନ୍ତୁ ସେତିକି ଲୁଣ ନିଅନ୍ତୁ ଯେତିକି ହାତ ମୁଠା ବନ୍ଦ ରଖିବା ପରେ ତା ଭିତରେ ରହି ପାରୁଥିବା ।ବାହାର କୁ କୌଣସି ପ୍ରକାରେ ଲୁଣ ଦେଖା ଯାଉ ନଥିବା ଦରକାର।ତା ପରେ ୫ରୁ୮ମିନିଟ୍ ଦୁଇଟି ହାତ ମୁଠା ବନ୍ଦ ରଖିବା ସହିତ ଆଖି ବନ୍ଦ କରି ଆପଣ ପୂଜା କରୁଥିବା ଇଷ୍ଟ ଦେବତାଙ୍କୁ ସ୍ମରଣ କରି ଜୀବନରେ ଯେଉଁ ଟେନସନ୍ ଆସୁଛି କିମ୍ବା ନକାରାତ୍ମକ ଚିନ୍ତା ହେଉ କିମ୍ବା ଯେଉଁ କାମ ଅସଫଳ ହେଉଛି, ସେସବୁକୁ ମନ ଭିତରକୁ ଆଣି ଧୀରେ ଧୀରେ ହାତ ମୁଠା ଭିତରେ ଥିବା ଲୁଣକୁ ଟ୍ରାନ୍‌ସଫର କରାନ୍ତୁ।

ଆପଣ ଏଭଳି ଚିନ୍ତା କରନ୍ତୁ କି ଆପଙ୍କର ସବୁ ଟେନ୍‌ସନ୍‌ ସେହି ଲୁଣ ଭିତରେ ପ୍ରବେଶ କରୁଛି । ତା ପରେ ଆସ୍ତେ ଆସ୍ତେ ଆଖି ଖୋଲି ସେହି ଲୁଣ ସହ କିଛି କର୍ପୁର ମିଶାଇ ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ । ଏହାକୁ କୌଣସି ପୋଖରୀ କିମ୍ବା ପାଣି ଦେଖି ପକାଇ ଭଲ ଭାବରେ ହାତ ଧୋଇ ଦିଅନ୍ତୁ। ଏଭଳି ଭାବେ ସପ୍ତାହରେ ଲଗାତର ତିନିଦିନ କରନ୍ତୁ । ସବୁ ବେଳେ ଆରମ୍ଭ କରିବେ ସୋମ, ବୁଧ କିମ୍ବା ଶୁକ୍ରବାରରୁ। ମନେକରନ୍ତୁ, ଯଦି ସୋମବାର ଆରମ୍ଭ କଲେ ତେବେ ସୋମ, ମଙ୍ଗଳ, ବୁଧ ବାର। ବୁଧବାର ଆରମ୍ଭ କରିଥିଲେ ବୁଧ, ଗୁରୁ, ଶୁକ୍ରବାର । ଆଉ ଯଦି ଶୁକ୍ରବାର ଆରମ୍ଭ କଲେ ତେବେ ଶୁକ୍ର,ଶନି ଓ ରବିବାର ଲଗାତର ତିନି ଦିନ ଏହି ଉପାୟରେ କରିବାକୁ ହେବ।

ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି, ଆପଣ ତିଆରି କରୁଥିବା ଘର ଅଧାରୁ ବନ୍ଦ ହୋଇ ପଡ଼ିଛି ତେବେ କହିଥିବା ଉପାୟ ଅବଲମ୍ବନ କରି କାଗଜରେ ପୁଡିଆରେ ଲୁଣକୁ ବାନ୍ଧି ବାସ୍ତୁ ଦୋଷ ଥିବା ଘରେ କିମ୍ବା ସେହି ଦୋଷ ଥିବା କୋଣରେ ରଖି ଦେବେ।କିନ୍ତୁ ସପ୍ତାହ କୁ ଥରେ ଲୁଣର କାଗଜ ପୁଡିଆ କୁ ବଦଳାଇବେ ଓ ପୁରୁଣା ଲୁଣ ପୁଡିଆକୁ କୌଣସି ପୋଖରୀ କିମ୍ବା ନଦୀରେ ବିସର୍ଜନ କରିଦେବେ । ଏହାକୁ ପାଣିରେ ପକାଇବା ପରେ ସିଧସଳଖ ଏକ ମୁହାଁ ହୋଇ ଘରକୁ ଫେରି ଆସିବେ।

ଯଦି ପିତୃ ପୁରୁଷ ଦୋଷ କି ଗ୍ରହରାଜ ଶନି ଦେବଙ୍କ ଦୋଷ ଅଛି ତେବେ ଉପାୟ ଅନୁସାରେ ଗୋଟିଏ କଳା କପଡ଼ାରେ ଲୁଣକୁ ନେଇ ତା ଭିତରେ ଆଠଟି ଛୋଟ ଲୁହା କଣ୍ଟା ରଖିବେ । କଣ୍ଟାଗୁଡ଼ିକ ଲୁଣ ଭିତରେ ସମ୍ପୂର୍ଣ୍ଣ ଭାବେ ଲୁଚିଯିବା ଦରକାର । ତାପରେ ଏହାକୁ ପୁଟୁଳି ବାନ୍ଧି ନିଜ ମୁଣ୍ଡ ଉପରେ କ୍ଳକ୍ ୱାଇଜ ସାତ ଥର ବୁଲାଇ ଯେ କୌଣସି ଅଶ୍ୱସ୍ତ ବା ଓସ୍ତ ଗଛ ମୂଳରେ ଶନିବାର ଦିନ କେହି ନଦେଖିଲା ଭଳି ପୋତି ଦିଅନ୍ତୁ ।

ଅନ୍ୟପକ୍ଷରେ ଆପଣ ଘରେ ଯଦି ବିଭିନ୍ନ ସମୟରେ ଅନେକ କ୍ଷୟକ୍ଷତି ହେଉଛି କିମ୍ବା କିଛି ଅଘଟଣ ଘଟୁଛି ତେବେ ଗୋଟିଏ ନାଲି ଛିଟ କପଡା ଆଣି ସେଥିରେ ଉପାୟ ଅନୁସାରେ ଲୁଣ ରଖି ଘର ଚାରି ପାଖ ପରିକ୍ରମା କରିବା ପରେ ଓସ୍ତ ବୃକ୍ଷ ମୂଳେ ସନ୍ଧ୍ୟା ବେଳେ ନେଇ ପୋତି ଦିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *