ଟ୍ୱିନ ସିଟିରେ ହେବ ଆଇଟି ପାର୍କ
ଭୁବନେଶ୍ୱର : ଟ୍ୱିନ ସିଟିରେ ହେବ ଆଇଟି ପାର୍କ ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ର ପୃଥ୍ୱୀରାଜ ହରିଚନ୍ଦନ । ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ । ଆଇଟି ଶିଳ୍ପ ପାଇଁ ତିଆରି ହେବ ପ୍ଲଗ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ ଏରିଆ । ଭୁବନେଶ୍ୱରରେ ୧୦ ନିୟୁତ ବର୍ଗ ମିଟରର ହେବ ବିଲ୍ଟ ଅପ ଏରିଆ । ୫ ବର୍ଷରେ ସଡକ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି ।
ରାଜ୍ୟର ୫ ବଡ ସହର ସମେତ ୧୧ଟି ସହରରେ ତିଆରି ହେବ ରିଙ୍ଗ ରୋଡ । ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ ଫିଲ୍ଡ କରିଡର । ୫ ବର୍ଷରେ ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ।