କ୍ରିକେଟ ଏବଂ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଓ ରାଓ କ୍ରିକେଟ ଏକାଡେମୀ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଏପ୍ରିଲ ୨୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କ୍ରିକେଟ ଦଳ ଓ କ୍ରୀଡ଼ା ଭିତିଭୂମିର ବିକାଶ ନିମନ୍ତେ ସୋଆ ଏବଂ ଭୁବନେଶ୍ୱର ସ୍ଥିତ ରାଓ କ୍ରିକେଟ ଏକାଡେମୀ (ଆରସିଏ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ୨୦୨୩ ମସିହାରେ ଭୁବନେଶ୍ୱରେ ଆରମ୍ଭ ହୋଇଥିବା ଆର୍‌ସିଏ ହେଉଛି ଏକ କ୍ରିକେଟ ପ୍ରଶିକ୍ଷଣ କେନ୍ଦ୍ର ଯେଉଁଠାରେ କି ଖେଳାଳୀମାନଙ୍କୁ ଆନ୍ତର୍ଜାତିକ ମାନର କ୍ରିକେଟ ଭିତିଭୂମି ରହିଛି ଏବଂ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । ଆର୍‌ସିଏ ପ୍ରଶିକ୍ଷଣ ଟିମ୍‌ରେ ଆନ୍ତର୍ଜାତିକ ସ୍ତରର କ୍ରିକେଟ ପ୍ରଶିକ୍ଷକ (ବିସିସିଆଇ ଲେବୁଲ-୨) ଏବଂ ଭାରତ-ଏ ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଖେଳାଳୀ ସାମିଲ ଅଛନ୍ତି । ଆର୍‌ସିଏ ଆବାସିକ ଏବଂ ଅଣଆବାସିକ କ୍ରିକେଟ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସେଠାରେ ଆନ୍ତର୍ଜାତିକ ସ୍ତରର ଟର୍ଫ ୱିକେଟ, ସିମେନ୍‌ଟେଡ ୱିକେଟ, ଇଣ୍ଡୋର ଅଭ୍ୟାସ ସୁବିଧା ସହ ଫୁଲ୍ ଆଷ୍ଟ୍ରୋ-ଟର୍ଫ ୱିକେଟ୍ସ, ଶାରୀରିକ ପ୍ରଶିକ୍ଷଣ, ଫିଜିଓ, ବୋଲିଂ ମେସିନ୍‌, ହଷ୍ଟେଲ୍ ଏବଂ ଝିଅ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି । ବୁଝାମଣା ଅନୁଯାୟୀ ସୋଆର କ୍ରିକେଟ ଷ୍ଟାଡିୟମ୍‌କୁ ସପ୍ତାହକୁ ୩ ଦିନ ଆର୍‌ସିଏକୁ ବ୍ୟବହାର କରିପାରିବ । ସେହିପରି ଆର୍‌ସିଏ ପ୍ରଶିକ୍ଷକମାନେ ସପ୍ତାହରେ ୩ ଦିନ ସୋଆର କ୍ରିକେଟ ଟିମ୍‌କୁ ପ୍ରଶିକ୍ଷଣ ପ୍ରଦାନ କରିବ । ସୋଆର ଛାତ୍ରଛାତ୍ରୀ, କର୍ମଚାରୀ ଓ ଫ୍ୟାକଲ୍ଟି ମେମ୍ବର୍ସମାନଙ୍କୁ ଅଣଆବାସିକ କ୍ରିକେଟ ପ୍ରଶିକ୍ଷଣ ନିମନ୍ତେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏଥି ସହିତ ସୋଆର କାର୍ଯ୍ୟରତ ସଦସ୍ୟଙ୍କର ପରିବାରର ଜଣେ ସଦସ୍ୟଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ । ଏତଦ୍ ବ୍ୟତୀତ ଆର୍‌ସିଏ ପକ୍ଷରୁ ସୋଆର କ୍ରିକେଟ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ବୈଷୟିକ ସହଯୋଗ ପ୍ରଦାନ କରାଯିବା ସହ ସୋଆ ଟିମ୍ ସହିତ ବିଭିନ୍ନ କ୍ରିକେଟ ଦଳର ମ୍ୟାଚ ଆୟୋଜନ କରାଯିବ । ସୋଆର କ୍ରୀଡ଼ାର ବିକାଶ ନିମନ୍ତେ ଆରସିଏ ସମସ୍ତ ସହଯୋଗ କରିବ ଏବଂ ସୋଆ ଏବଂ ଆରସିଏର ବିଭିନ୍ନ କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ଲୋଗୋ ପ୍ରଦର୍ଶନ କରାଯିବ। ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆର୍‌ସିଏର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶିବଶଙ୍କର ରାଓଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଆର୍‌ସିଏର ପାର୍ଟନର ଶ୍ରୀ ସବ୍ୟସାଚୀ ସିଂ, ଶୀ ରାହୁଲ ଶୁକ୍ଲା ଏବଂ ଶ୍ରୀ ଜୟନ୍ତ ରାଓ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *