ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା

ବାଲେଶ୍ବର : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର ।   ମାଛ ବଂଶ ବୃଦ୍ଧି ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପ ଯୋଗୁ ବାଲେଶ୍ବର ଜିଲ୍ଲା ବାହାବଳପୁର ମାଛଧରା ଜେଟିରେ ହଜାର ହଜାର ମତ୍ସ୍ୟଜୀବୀ , ମାଛ ବ୍ଯବସାୟୀ ଏବେ ନାହିଁ ନଥିବା ଅସୁବିଧାରେ ଭୋଗୁଛନ୍ତି ।  କଟକଣା ହଟିବା ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି କୁ ମତ୍ସ୍ୟଜୀବୀ ମାନେ ସ୍ବାଗତ କରିଛନ୍ତି ।  କିନ୍ତୁ ଦୁଇ ମାସ ପାଇଁ ମତ୍ସ୍ଯ ବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।  ଅନ୍ୟ ପଟେ ବାଲେଶ୍ବର ଜିଲ୍ଲା ସହକାରୀମତ୍ସ୍ୟ ଅଧିକାରୀ କହିଛନ୍ତି ଯେଉଁ ଗରିବ ମତ୍ସ୍ୟଜୀବୀ ମାନେ ସୋସାଇଟିରେ ପଞ୍ଜୀକୃତ ହୋଇଛନ୍ତି, ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *