ପିଜୁଳି ପତ୍ର ଖାଇଲେ ଦୂର ହେବ ଏହି ୫ଟି ରୋଗ, ଜାଣନ୍ତୁ…
ନିୟମିତ ରୂପରେ ଫଳ ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ମଧ୍ୟ ନିୟମିତ ଫଳ ଖାଇବା ପାଇଁ ପରାମର୍ଶ ଦିଅନ୍ତି ଏବଂ ପ୍ରତିଦିନ ସେଓ ଖାଇବା ପାଇଁ ମଧ୍ୟ କୁହାଯାଏ । ମାତ୍ର ହୁଏତ ସଭିଏଁ ଜାଣିନଥିବେ ଏପରି ଏକ ଫଳ ରହିଛି, ଯାହା ସେଓଠାରୁ ମଧ୍ୟ ଅଧିକ ଶରୀର ପାଇଁ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ କ’ଣ?
ଫଳଟି ହେଉଛି ପିଜୁଳି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପିଜୁଳି ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୁତ ରହିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍ ସି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ମଧ୍ୟ ହୋଇଥାଏ । ଖାଲି ଏତିକି ନୁହେଁ ଆପଣ ଜାଣିଛନ୍ତି କି ପିଜୁଳୀ ଠାରୁ ପିଜୁଳି ପତ୍ର ମଧ୍ୟ ଶରୀର ପାଇଁ ବେସ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପତ୍ରର କିଛି ଖାସ୍ ଜିନିଷ ବିଷୟରେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପିଜୁଳି ପତ୍ର ଅଧିକରୁ ଅଧିକ ରୋଗ ଠିକ୍ କରିଥାଏ । ଯେଉଁଥିରେ ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢିରେ କଷ୍ଟ, ବ୍ରଣ ଏବଂ ମଧୁମେହ ରୋଗ ଭଳି ଅନେକ ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇ ଥାଏ ।
ପ୍ରଥମତଃ ଯେଉଁ ଲୋକଙ୍କୁ ବହୁତ ଦିନରୁ ଗଣ୍ଠି ବିନ୍ଧା ହେଉଛି, ସେହି ଲୋକମାନଙ୍କ ପାଇଁ ଏହାର ପତ୍ର ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ଆପଣ ପିଜୁଳି ପତ୍ରକୁ ବାଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ, ଏହାଦ୍ବାରା ଆରାମ ମିଳିଥାଏ । ଏଥି ସହ ଆପଣଙ୍କ କଷ୍ଟ ମଧ୍ୟ ଦୂର ହୋଇଥାଏ ।
ଦ୍ଵିତୀୟରେ ହେଉଛି ପିଜୁଳି ପତ୍ରର ସେବନ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରି ପାରିବେ । ଏହାଦ୍ବାରା ପେଟ ରୋଗ ଭଲ ହୋଇ ଯାଇଥାଏ । ଯେଉଁ ଲୋକ ମାନଙ୍କୁ ଡାଇରିଆ ସମସ୍ୟା ରହିଛି , ସେପରି ଲୋକମାନଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ପିଜୁଳି ପତ୍ରକୁ ଏକ କପ୍ ପାଣିରେ ଫୁଟାନ୍ତୁ ଏବଂ ସେହି ପାଣିକୁ ଭଲଭାବରେ ଛାଣି ଥଣ୍ଡାକରି ପିଇ ନିଅନ୍ତୁ ।
ତୃତୀୟରେ ହେଉଛି ବହୁତ ଲୋକଙ୍କୁ ସ୍ବପ୍ନ ଦୋଷ ହୋଇଥାଏ । ସେହିଭଳି ଲୋକଙ୍କୁ ପିଜୁଳି ପତ୍ର ରସ ସେବନ କରିବା ଆବଶ୍ୟକ । ଏଥିପାଇଁ ପିଜୁଳି ପତ୍ରରୁ ରସ ବାହାର କରି ସେଥିରେ ମହୁ ମିଶାନ୍ତୁ ଏବଂ ପ୍ରତିଦିନ ନିୟମିତ ରୂପରେ ସେବନ କରନ୍ତୁ, ଏହାଦ୍ବାରା ସ୍ବପ୍ନ ଦୋଷ ଆପଣଙ୍କର ବହୁତ ଶୀଘ୍ର ଭଲ ହୋଇଯିବ । ଏହାପରେ ଜାଣିବା ପିଜୁଳି ପତ୍ରର ଉପକାରିତା ବିଷୟରେ ।
୧) ପାଚନ ଶକ୍ତିକୁ ଉନ୍ନତ କରେ : ପିଜୁଳି ପତ୍ର ଏସିଡିଟି ହ୍ରାସ କରିଥାଏ ଏବଂ ପେଟ ଫୁଲିବା ଭଳି ପାଚନ ସମସ୍ୟାରେ ମୁକ୍ତି ମଧ୍ୟ ଦେଇଥାଏ ।
୨) ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ : ପିଜୁଳି ପତ୍ରରେ ଥିବା ଭିଟାମିନ୍ ଥିବା ଭିଟାମିନ୍ ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ହାଇ ଲେଭଲ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦ୍ରୁଢ଼ କରିବାରେ ସାହାଯ୍ୟ ମଧ୍ୟ କରିପାରେ ।
୩) ସ୍କିନ୍ ସମସ୍ୟା ଦୂର ହୁଏ : ଏଥି ସହ ପିଜୁଳି ପତ୍ରରେ ଥିବା ଆଣ୍ଟଅକ୍ସଡାଣ୍ଟ ଗୁଣ ଯୋଗୁଁ ମୁହଁରେ ହେଉଥିବା ବ୍ରଣ ଏବଂ କଳା ଦାଗ ଭଳି ସମସ୍ୟାକୁ ଦୂର କରିପାରିବ । ଏଥି ସହ ଯଦି ଆପଣ ପିଜୁଳି ପତ୍ର ଖାଆନ୍ତି, ତେବେ ଆପଣଙ୍କର ଫେସ୍ ଦିନକୁ ଦିନ ଗ୍ଲୋ କରିବା ଆରମ୍ଭ କରିବ ।
୪) ଦାନ୍ତ ପାଇଁ ଲାଭଦାୟକ : ଜାଣିରଖନ୍ତୁ ଯେ, ପିଜୁଳି ପତ୍ର ଚୋବାଇଲେ ଦାନ୍ତ ବିନ୍ଧା ଏବଂ ମାଢ଼ି ସମସ୍ୟା କମ ହୋଇପାରିବ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମାଢ଼ି ରୋଗ, ଦାନ୍ତ ବିନ୍ଧା ଏବଂ ପାଟି ଦୁର୍ଗନ୍ଧକୁ ରୋକିବାରେ ସାହାଯ୍ୟ କରେ ।
୫) ଋତୁସ୍ରାବ ଯନ୍ତ୍ରଣା ଦୂର କରେ : ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଋତୁସ୍ରାବ ସମୟରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଏଥି ସହ ବହୁତ କଷ୍ଟ ମଧ୍ୟ ହୋଇଥାଏ । ହେଲେ ପିଜୁଳି ପତ୍ର ଆପଣଙ୍କର ଏହି ସମସ୍ୟାମୁ ଦୂର କରିବ । ପିଜୁଳି ପତ୍ର ଋତୁସ୍ରାବ ଯନ୍ତ୍ରଣା ପାଇଁ ଲାଭଦାୟକ ହୋଇପାରେ, ଏହା ଯନ୍ତ୍ରଣାର ତୀବ୍ରତା ହ୍ରାସ କରିବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥି ସହ ଯଦି ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିବାକୁ ଚାହୁଁଛନ୍ତି, ତେବେ ପିଜୁଳି ପତ୍ର ସେବନ କରନ୍ତୁ । ମିଳିବ ଏହିପରି ଗଜବ ଫାଇଦା ।