ସୋଆରେ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, ମଇ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଆନୁକୂଲ୍ୟରେ ଏକ ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ଶିବିର ବୁଧବାର ଏଠାରେ ଉଦ୍‌ଯାପିତ ହୋଇଯାଇଛି । ଗତ ୨୧ ତାରିଖରୁ ୮ ଟି ବିଭିନ୍ନ କ୍ରୀଡ଼ା (କ୍ରିକେଟ୍‌, ଭଲିବଲ, ବାସ୍କେଟବଲ, ଟେନିସ୍‌, ଟେବୁଲ ଟେନିସ୍‌, ଖୋ ଖୋ, କବାଡି ଓ ଚେସ୍‌)କୁ ନେଇ ଏହି ଶିବିର ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୨୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତ୍ୟେକ କ୍ରୀଡା ପ୍ରଶିକ୍ଷଣରେ ଉନ୍ନତ ପ୍ରଦର୍ଶନ କରିଥିବା କୃତି ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ । ଛାତ୍ରଛାତ୍ରୀଙ୍କୁ ଟି–ସାର୍ଟ ଏବଂ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା ।
ଉଦ୍‌ଯାପନୀ ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଏବଂ କ୍ରିକେଟର ଶାନ୍ତନୁ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଂଜନ ଦାସ, କ୍ରୀଡା ଅଧିକାରୀ ଶ୍ରୀମତି ସୁନୀତା ବର୍ମା ଓ ଶ୍ରୀ ପ୍ରିୟମ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

Spread the love