ଟ୍ବିନସିଟିରେ ବିଜୁଳି, ଘଡଘଡି ସହ ବର୍ଷା

ଭୁବନେଶ୍ୱର : ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ।  ଟ୍ବିନସିଟିରେ ବିଜୁଳି, ଘଡଘଡି ସହ ବର୍ଷା ।  ବଜ୍ରପାତ ସହ ଝଡ଼ବର୍ଷା ନେଇ ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଅନୁଗୁଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

୫୦ରୁ ୬୦ କିମି ବେଗରେ ପବନ ବହିପାରେ। କିଛି ସ୍ଥାନରେ ବିଜୁଳି ସହ ଘଡଘଡି ହୋଇପାରେ ।  ସେହିପରି ୨୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।  ଆସନ୍ତା ୫ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *