ସ୍ତ୍ରୀକୁ ଆକ୍ରମଣ ପରେ ଜୀବନ ହାରିଲା ସ୍ୱାମୀ
ସୋରଡ଼ା : ପାରିବାରିକ କଳହରୁ କରୁଣ ପରିଣତି । ସ୍ତ୍ରୀକୁ ଆକ୍ରମଣ ପରେ ଜୀବନ ହାରିଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କେ. ରାମଚନ୍ଦ୍ରପୁର ଗାଁରେ ଘଟିଛି ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଏନ.ସୁବାଷ ରେଡ୍ଡୀ ତାଙ୍କ ପତ୍ନୀ ଏନ୍.ଯମୁନାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିଜେ ଜୀବନ ହାରିଛନ୍ତି । ଯମୁନାଙ୍କ ବେକ, ମୁଣ୍ଡ, ହାତରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଯମୁନାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ ।
ଅନ୍ୟପଟେ ସ୍ତ୍ରୀକୁ ଆକ୍ରମଣ କରିବା ପରେ ସୁବାଷ ନିଜେ ବାରି ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ଯା କରିଥିବା ଅଭିଯୋଗ l ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । .