ପାକିସ୍ତାନର ବାୟୁକ୍ଷେତ୍ର ବ୍ୟବହାର କରିଥିଲା ଆମେରିକାର ବି-୨ ବିମାନ

ଇସଲାମାବାଦ: ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ନେଇ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକାର ବୋମାବର୍ଷୀ ବିମାନ ବି-୨ ଇରାନ ଉପରେ ଆକ୍ରମଣ କରିବା ପାଇଁ ଭାରତ ମହାସାଗରରେ ଥିବା ଡିଏଗୋ ଗ୍ରାସିଆ ଦ୍ବୀପରୁ ବାହାରି ପାକିସ୍ତାନର ବାୟୁକ୍ଷେତ୍ର ବ୍ୟବହାର କରିଥିଲା । ଏହି ଦାବି କେତେକ ଓପନ ସୋର୍ସ ଇଣ୍ଟେଲିଜେନ୍ସ ସାଇଟ୍ ଓ ଇରାନୀୟ ସୁତ୍ର ପକ୍ଷରୁ କରାଯାଇଛି। ତେବେ ପାକିସ୍ତାନ କିମ୍ବା ଆମେରିକା ପକ୍ଷରୁ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସରକାରୀ ବୟାନ ଆସିନାହିଁ।

କିନ୍ତୁ ଯଦି ଦାବି ସତ୍ୟ, ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ମୋହରା ପାଲଟିଛନ୍ତି। ଆମେରିକା ରାଷ୍ଟ୍ରପତି ଗତ ସପ୍ତାହରେ ପାକିସ୍ତାନ ସେନା ମୁଖ୍ୟଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଏହା ପରେ, ଟ୍ରମ୍ପ ମୁନିରଙ୍କୁ ଆବଶ୍ୟକ ହେଲେ ପାକିସ୍ତାନର ଏୟାରବେସ୍ ଏବଂ ବନ୍ଦର ବ୍ୟବହାର କରିବାକୁ ରାଜି କରାଇଥିଲେ… ଏବଂ ଏବେ ଦାବି କରାଯାଉଛି ଯେ ଆମେରିକା ଇରାନ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଏୟାରସ୍ପେସ୍ ବ୍ୟବହାର କରିଛି।

ତେବେ ପାକିସ୍ତାନର ସମ୍ମା ଟିଭି ଏହି ଖବରକୁ ମିଥ୍ୟା ବୋଲି କହିଛି । ସମ୍ମା ଟିଭି କହିଛି ଯେ ଆମେରିକାର ବି-୨ ବିମାନ ପାକିସ୍ତାନ ନୁହେଁ ଭାରତର ବାୟୁକ୍ଷେତ୍ର ବ୍ୟବହାର କରିଥିଲା ।

Spread the love