ମାଲକାନଗିରି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ମାଲକାନଗିରି ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ନାବାଳିକା ଦୁଷ୍କର୍ମ ଘଟଣା ପଦାକୁ ଆସିଛି । ଗୋଟିଏ ମୁଦୁଲିପୋଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଟି ଅର୍କେଲ ଥାନା ଅଞ୍ଚଳରେ ଘଟିଛି। ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅଞ୍ଚଳରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ।

ନାବାଳିକା ଜଣଙ୍କ ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିଲେ। ତେବେ ନାବାଳିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହେବା ପରେ ଗତକାଲି ନବଜାତର ମୃତ୍ୟୁ ହୋଇଥିଲା । ଏହାପରେ ପୀଡିତା ନିଜ ପରିବାର ସହ ମୁଦୁଲିପଡା ଥାନାର ଦ୍ୱାରସ୍ତ ହୋଇ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ଜଣେ ଗିରଫ ହୋଇଥିବା ଜଣାପଡିଛି । ସେପଟେ ଅନ୍ୟ ଘଟଣାଟି ଅର୍କେଲ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଫ୍ଟ ଦେବା ବାହାନାରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ପୀଡିତାଙ୍କ ମାମୁ ଅର୍କେଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love