ଆମେରିକା : ୱାଲମାର୍ଟ ଷ୍ଟୋରରେ ଆତତାୟୀ ଆକ୍ରମଣ, ୧୧ ଆହତ

ଆମେରିକାର ଉତ୍ତର ମିଚିଗାନର ଟ୍ରାଭର୍ସ ସହରରେ ଥିବା ଏକ ଓ୍ବାଲମାର୍ଟ ଷ୍ଟୋରରେ ଶନିବାର ଆତଙ୍କବାଦୀ ଆକ୍ରମଣ । ଜଣେ ଆତତାୟୀ ଷ୍ଟୋରରେ ୧୧ ଜଣ ଗ୍ରାହକଙ୍କୁ ଛୁରାମାଡ଼ କରିଛି । ଆହତଙ୍କୁ ଚିକିତ୍ସା କରାଯାଇଛି । ଏହି ଘଟଣାକୁ ନେଇ ଷ୍ଟୋର ପରିସରରେ ଭୟର ବାତାବରଣ ଖେଳିଯାଇଥିବାବେଳେ ତୁରନ୍ତ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ନ ଯିବାକୁ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଛୁରାମାଡ଼ରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ମନସନ ମେଡିକାଲ ସେଣ୍ଟରରେ ଚିକିତ୍ସା କରାଯାଉଛି । ଏମାନଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ୱାଲମାର୍ଟ ଘଟଣା ପରେ ଏକ ବୟାନ ଜାରି କରିଛି, ଯାଞ୍ଚ ଏଜେନ୍ସୀ ସହିତ ୱାଲମାର୍ଟ ପକ୍ଷରୁ ସହଯୋଗ କରାଯାଉଛି । ୱାଲମାର୍ଟରେ ଏଭଳି କାର୍ଯ୍ୟ ଅସ୍ବୀକାର୍ଯ୍ୟ । ଆମ ସମବେଦନା ଆହତଙ୍କ ସହିତ ରହିଛି ।

Spread the love