ମନସା ଦେବୀ ମନ୍ଦିର ଦଳାଚକଟା ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି
ଉତ୍ତରାଖଣ୍ଡ ହରିଦ୍ବାରରେ ଥିବା ମନସା ଦେବୀ ମନ୍ଦିରରେ ଦଳାଚକଟା ଯୋଗୁଁ ୭ ଜଣଙ୍କ ଜୀବନ ଚାଲିଯାଇଛି । ଦଳାଚକଟାରେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାର କାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହି ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ପ୍ରଶାସନିକ ସ୍ତରରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣା ପରେ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ଉତ୍ତରାଖଣ୍ଡ ସରକାର ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହାସହିତ ପ୍ରଶାସନିକ ସ୍ତରରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । SDRF ଉତ୍ତରାଖଣ୍ଡ ପୋଲିସ, ସ୍ଥାନୀୟ ପୋଲିସ ଏବଂ ଅନ୍ୟ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ସମ୍ପର୍କ ବାବଦରେ ଜାଣିବାକୁ ନିରନ୍ତର ଭାବେ ପ୍ରଶାସନ ଯୋଗାଯୋଗରେ ରହିଛି । ଏହା ସହିତ ଶ୍ରଦ୍ଧାଳୁଙ୍କ ଆଶୁଆରୋଗ୍ୟ ପାଇଁ କାମନା କରିଛନ୍ତି ।
ଶ୍ରାବଣ ମାସରେ ହରିଦ୍ଵାରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇଥାଏ । ବିଶେଷକରି ହରି କି ପାଉରି ଏବଂ ମନସା ଦେବୀ ମନ୍ଦିରରେ ସର୍ବାଧିକ ଭିଡ଼ ହୋଇଥାଏ । କିନ୍ତୁ ଚଳିତ ଥର ପୂର୍ବବର୍ଷଗୁଡ଼ିକ ତୁଳନାରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହା ଛଡ଼ା ରବିବାର ଯୋଗୁ ଭିଡ଼ ବଢ଼ିବାରୁ ତାହାକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନାହିଁ । ଯାହାଫଳରେ ଦଳାଚକଟା ଘଟିଛି ବୋଲି କୁହାଯାଉଛି ।
