ଡାକ୍ତରୀ ମାଇନା ପରେ ଅମରେଶ ଜେନାଙ୍କୁ କୋର୍ଟରେ ହାଜର କଲା ପୋଲିସ
ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ବିଏମସି କର୍ପୋରେଟର ଅମରେଶ ଜେନାଙ୍କୁ କୋର୍ଟରେ ହାଜର କଲା ପୋଲିସ । ଡାକ୍ତରୀ ମାଇନା ପରେ କୋର୍ଟରେ ହାଜର କରାଯାଇଛି । ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ କରିଥିଲା ପୋଲିସ । ପୂର୍ବରୁ ତାଙ୍କ ୫ ସହଯୋଗୀଙ୍କୁ ଗିରଫ କରିଥିଲା ଲକ୍ଷ୍ମୀସାଗର ପୋଲିସ । ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଜୁଲାଇ ୨୩ରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା ।
ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ଅମରେଶ ତାଙ୍କ ପତ୍ନୀଙ୍କୁ ତ୍ୟାଗ କରି ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ୨୦୨୪ ଫେବ୍ରୁଆରୀରେ ଜବରଦସ୍ତି ତାଙ୍କର ଗର୍ଭପାତ କରାଇଥିଲେ। ଏବଂ ପରେ ଆଇନଗତ ପଦକ୍ଷେପ ନେଲେ କ୍ଷତି କରିବା ପାଇଁ ଧମକ ଦେଇଥିବା ଅଭିଯୋଗ କରିଥିଲେ ।
