ଶୋଇଥିବାବେଳେ କାମୁଡ଼ିଲା ସାପ, ଚାଲିଗଲା ମାଇଁ-ଭାଣିଜୀଙ୍କ ଜୀବନ

ବ୍ରହ୍ମପୁର : ସାପ କାମୁଡ଼ାରେ ଚାଲିଗଲା ମାଇଁ-ଭାଣିଜୀଙ୍କ ଜୀବନ । ଗଞ୍ଜାମ ପାତ୍ରପୁର ବ୍ଲକ୍ ବୁରାତାଲ ପଞ୍ଚାୟତ ବିଲୁଗାଁରେ ଦୁଃଖଦ ଘଟଣା । ଘରେ ଶୋଇଥିବାବେଳେ କାମୁଡ଼ିଥିଲା ବିଷାକ୍ତ ସାପ । ମୃତକ ମାଇଁ ଦମୟନ୍ତୀ ଶବର ଓ ଭାଣିଞ୍ଜି ଲିମି କାର୍ଜି l ଗତକାଲି ରାକିରେ ଦୁଇ ଜଣ ଶୋଇଥିବାବେଳେ ସାପଟି କାମୁଡ଼ି ଦେଇଥିଲା । ଉଭୟଙ୍କୁ ହସ୍ପିଟାଲ ନେବାବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା ।

Spread the love