ଭର୍ଟିଗୋ ଉପରେ କିମ୍ସରେ ଏକ ଦିନିକିଆ ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭର୍ଟିଗୋ ଉପରେ କିମ୍ସରେ ସିଏମଇ ଅନୁଷ୍ଠିତ ।  କିମ୍ସ କର୍ଣ୍ଣ, ନାସା, ଗଳା ବିଭାଗ ଦ୍ୱାରା ଭର୍ଟିଗୋ ଉପରେ ଏକ ଦିନିକିଆ ନିରନ୍ତର ଡାକ୍ତରୀ ଶିକ୍ଷା (ସିଏମଇ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି କର୍ମଶାଳାରେ ଓଡ଼ିଶା ଏବଂ ରାଜ୍ୟ ବାହାରୁ କର୍ଣ୍ଣ, ନାସା, ଗଳା ବିଶେଷଜ୍ଞ, ନ୍ୟୁରୋଲୋଜିଷ୍ଟ, ମନସ୍ତତ୍ତ୍ୱବିଦ ଏବଂ ଅନ୍ୟାନ୍ୟ ଚିକିତ୍ସା ବିଶେଷଜ୍ଞମାନେ ଭର୍ଟିଗୋ ଏବଂ ସମ୍ବନ୍ଧିତ ବ୍ୟାଧିର ପ୍ରଭାବଶାଳୀ ପରିଚାଳନା ଉପରେ ଆଲୋଚନା କରିଥିଲେ ।  ଓଡ଼ିଶା ବାହାରୁ ତିନି ଜଣ ପ୍ରଖ୍ୟାତ ବିଶେଷଜ୍ଞ ୟେନୋପାୟା ମେଡିକାଲ କଲେଜର ଡା ଶ୍ରୀନିବାସ ଦୋରାସାଲା, ଗୌହାଟୀସ୍ଥିତ ଭର୍ଟିଗୋ କେୟାରର ବିଶିଷ୍ଟ ନ୍ୟୁରୋ-ଓଟୋଲୋଜିଷ୍ଟ ଡା ସୁରଜିତ ବର୍ମନ ଏବଂ କୋଲକାତା ମଣିପାଲ ହସ୍ପିଟାଲ୍ ର ନ୍ୟୁରୋଟୋଲୋଜି (ଭର୍ଟିଗୋ ଏବଂ ବାଲାନ୍ସ କ୍ଲିନିକ୍) ମୁଖ୍ୟ ଡା ନୀଳୋତ୍ପାଳ ଦତ୍ତ ବକ୍ତା ଭାବରେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ।

ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କିମ୍ସ କର୍ଣ୍ଣ, ନାସା, ଗଳା ବିଭାଗ ମୁଖ୍ୟ ଡା କବିକାନ୍ତ ସାମନ୍ତରାୟ ବକ୍ତବ୍ୟ ରଖିଥିଲେ। କହିଲେ , ମୁଣ୍ଡ ବିନ୍ଧାରୁ ପୀଡିତ ରୋଗୀଙ୍କୁ ସଠିକ୍ ନିର୍ଣ୍ଣୟ ଏବଂ ସମୟୋଚିତ ଚିକିତ୍ସା ପାଇବା ନିଶ୍ଚିତ କରିବା। ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ ମୁଣ୍ଡ ବିନ୍ଧା, ଭର୍ଟିଗୋ, ବାନ୍ତି ଅନୁଭବ, ଚାଲିବା ସମୟରେ ଅସନ୍ତୁଳନ, ଶ୍ରବଣ ଶକ୍ତି ହ୍ରାସ ଏବଂ ଦୃଷ୍ଟିଶକ୍ତି ସମସ୍ୟା ଅନ୍ତର୍ଭୁକ୍ତ। ଯେହେତୁ ଭର୍ଟିଗୋ କାନ, ମସ୍ତିଷ୍କ କିମ୍ବା ଆଖି ସହିତ ଜଡିତ, ସେଥିପାଇଁ ରୋଗୀଙ୍କୁ ସଠିକ୍ ଭାବରେ ଜଣେ ନ୍ୟୁରୋଲୋଜିଷ୍ଟ, ହୃଦରୋଗ ବିଶେଷଜ୍ଞ କିମ୍ବା ଉପଯୁକ୍ତ ବିଶେଷଜ୍ଞଙ୍କ ନିକଟକୁ ପଠାଯିବା ଗୁରୁତ୍ୱପୂର୍ଣ୍ଣ।

ଏହି ବହୁ-ଶାଖାଗତ ପଦ୍ଧତି ରୋଗୀ ଚିକିତ୍ସାକୁ ସୁବିଧା କରାଯାଇ ପାରିବ। ମୁଣ୍ଡବିନ୍ଧା, ବାନ୍ତି, ଅସନ୍ତୁଳନ, ଶ୍ରବଣ ଶକ୍ତି ହ୍ରାସ ଏବଂ ଦୃଷ୍ଟି ସମସ୍ୟା ଭଳି ଲକ୍ଷଣ ଥିବା ରୋଗୀଙ୍କୁ କିପରି ସର୍ବୋତ୍ତମ ଭାବରେ ନିର୍ଣ୍ଣୟ ଏବଂ ଚିକିତ୍ସା କରାଯିବ ତାହା ଉପରେ ସିଏମଇ ଗୁରୁତ୍ୱାରୋପ କରଯାଇଥିଲା। କାନ, ମସ୍ତିଷ୍କ କିମ୍ବା ଆଖି ସହିତ ଜଡିତ ସମସ୍ୟାରୁ ଭର୍ଟିଗୋ ସୃଷ୍ଟି ହୋଇପାରେ ଏବଂ ରୋଗୀଙ୍କୁ ଜଣେ କର୍ଣ୍ଣ, ନାସା, ଗଳା ବିଶେଷଜ୍ଞ, ନ୍ୟୁରୋଲୋଜିଷ୍ଟ, ହୃଦରୋଗ ବିଶେଷଜ୍ଞ କିମ୍ବା ଅନ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଯିବା ଉଚିତ କି ନାହିଁ ତାହା ନିଷ୍ପତ୍ତି ନେବାରେ ସଠିକ୍ ନିର୍ଣ୍ଣୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ।

Spread the love