କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ହେଲେ ପାଣି ଘେରରେ ଶତାଧିକ ଗାଁ… ଲୋକଙ୍କ ଘରେ ଜଳୁନି ଚୁଲି

ଜଳେଶ୍ୱର : ଧୀରେ ଧୀରେ ହ୍ରାସ ପାଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ରାଜଘାଟରେ ବିପଦ ସଙ୍କେତ ୧୦. ୩୬ ଥିବା ବେଳେ ସକାଳା ୬ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇ ୮.୬୨ ମିଟରରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ଜଳସ୍ତର କମୁଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଶତାଧିକ ଗାଁ ପାଣି ଘେରରେ ରହିଛି । ଘର ଭିତରେ ପଶିଛି ବନ୍ୟା ପାଣି । ଫଳରେ ଲୋକଙ୍କ ଘରେ ଚୁଲି ଜଳୁନି । ଭୋକ ଉପାସରେ ପିଲାଛୁଆ ଧରି ପଡିରହିଛନ୍ତି । ଚାଷ ଜମିରେ ଲହଡି ମାରୁଛି ବନ୍ଯା ପାଣି । ଫଳରେ ଧାନ ତଳି ପଚି ନଷ୍ଟ ହୋଇଯିବା ଆଶଙ୍କା କରିଛନ୍ତି ଚାଷୀ ।

ଷଷ୍ଠ ଥର ବନ୍ଯା ଆସିବା ଯୋଗୁଁ ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ, ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ରେ ବନ୍ଯା ପାଣି ପ୍ରବେଶ କରିଥିଲା । ୩ ଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନଦୀ ଜଳ କମିବା ଫଳରେ ଏବେ ବନ୍ଯା ସ୍ଥିତିର ସାମାନ୍ଯ ସୁଧାର ଆସୁଛି।

Spread the love