ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଲାଗିବ ୭୫ଲକ୍ଷ ଗଛ, ଜଙ୍ଗଲ ବିଭାଗ ପକ୍ଷରୁ ୪୫ ହଜାରଟି ଜାଗା ଚିହ୍ନଟ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟରେ ଲାଗିବ ୭୫ଲକ୍ଷ ଗଛ। ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୪୫ ହଜାରଟି ଜାଗା ଚିହ୍ନଟ ହୋଇଛି । ରାଜ୍ୟର ୬ହଜାର ୭୯୪ ପଞ୍ଚାୟତକୁ ଜଙ୍ଗଲ ବିଭାଗ ପକ୍ଷରୁ ୫୦୦ ଲକ୍ଷ ଲେଖାଏଁ ଗଛ ପଠାଯାଇଛି । ସବୁ ଜିଲ୍ଲାରେ ଗଛ ଲଗା କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ସାଂସଦ, ସରପଞ୍ଚ, ଶିକ୍ଷକ, ଅଙ୍ଗନଓ୍ବାଡ଼ି କର୍ମୀ ସମସ୍ତଙ୍କୁ ସାମିଲ ହେବାକୁ କୁହାଯାଇଛି ।
ଗତବର୍ଷ ରାଜ୍ୟରେ ୬ କୋଟି ୬୭ଲକ୍ଷ ଗଛ ଲଗାଯାଇଥିବା ବେଳେ ଏଥର ସାଢେ ୭ କୋଟି ଗଛ ଲାଗାଇବାକୁ ଟାର୍ଗେଟ ରହିଛି । ଏଥିରୁ ୪କୋଟି ୭୦ଲକ୍ଷ ଗଛ ଲଗାସରିଲାଣି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଆଜି ଜଙ୍ଗଲ ବିଭାଗ ପକ୍ଷରୁ ୯୨ଲକ୍ଷ ଗଛ ଲଗାଇବା ପାଇଁ ଟାର୍ଗେଟ ଦିଆଯାଇଛି । ଏଥିରୁ ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣ ବିଭାଗ ୨୩ଲକ୍ଷ, ଶିଳ୍ପ ବିଭାଗ ୧୫ଲକ୍ଷ, ଜଙ୍ଗଲ ବିଭାଗ ୧୫ଲକ୍ଷ ଗଛ ଲଗାଇବା ପାଇଁ ଯୋଜନା ରଖିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି ।
