ଏକ ପେଡ ମା କେ ନାମ’ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ବୃକ୍ଷରୋପଣ କଲେ ସୋଆ ଉପସଭାପତି

ଭୁବନେଶ୍ୱର, ସେପ୍ଟେମ୍ବର ୧୯ : ମା’ ପାଇଁ ଗଛଟିଏ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଅଭିଯାନ ‘ଏକ ପେଡ଼ ମା’ କେ ନାମ’ କାର୍ଯ୍ୟକ୍ରମରେ ସହଭାଗୀ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ – ୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କରାଯାଇଛି । ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଏହି ବୃକ୍ଷରୋପଣ କରିଥିଲେ । ସୋଆ ଗ୍ରୀନ୍ କ୍ଳବ୍ ପକ୍ଷରୁ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀମତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକାରର ଗଛ ଲଗାଇବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଭିଯାନ ଦ୍ୱାରା ଅନୁପ୍ରାଣିତ ହୋଇ ସମସ୍ତେ ବୃକ୍ଷରୋପଣ କରିବା ଉଚିତ୍ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ବର୍ତମାନ ସମୟରେ ବିଶ୍ୱତାପନ ଏକ ବଡ ସମସ୍ୟା ଭାବେ ଦେଖାଦେଇଛି । ତେଣୁ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ନିହାତି ଦରକାର । କାରଣ ବୃକ୍ଷ ଏହି ସମସ୍ୟାକୁ ପ୍ରତିହତ କରିବ । ତେଣୁ ଘର ହେଉ କି ବାହାର ସମସ୍ତେ ଗଛ ଲଗାନ୍ତୁ ବୋଲି ଶ୍ରୀମତି ଦାସ କହିଥିଲେ । ଏହି ଅବସରରେ ସୋଆର ସମସ୍ତ ଶିକ୍ଷାନୁଷ୍ଠାନର ଡିନ୍‌, ଛାତ୍ରମଙ୍ଗଳ ଡିନ୍‌ଙ୍କ ସମେତ ବରିଷ୍ଠ ଅଧିକାରୀ, ଫ୍ୟାକ୍‌ଲ୍ଟି, କର୍ମକର୍ତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love